ଉତ୍ତର ଭାରତରେ ବର୍ଷାର ତାଣ୍ଡବ: ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲା

ନୂଆଦିଲ୍ଲୀ: ଉତ୍ତର ଭାରତରେ ବର୍ଷା କମିବାର ନାଁ ଧରୁନି। ପଞ୍ଜାବ, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ବନ୍ୟା ହେତୁ ମୃତ୍ୟୁ ସଂଖ୍ୟା ୪୩ ଛୁଇଁଲାଣି। ହିମାଚଳପ୍ରଦେଶରେ ସର୍ବାଧିକ ୨୨ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି।

ଗତ ଦୁଇ ଦିନ ମଧ୍ୟରେ ବର୍ଷା ଓ ବର୍ଷା ହେତୁ ଉପୁଜିଥିବା ବନ୍ୟାରେ ହିମାଚଳପ୍ରଦେଶରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଜୀବନ ଯିବା ସହ ବହୁ ଧନହାନୀ ମଧ୍ୟ ଘଟିଛି। ହିମାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୂଚନା ଦେଇ କହିଛନ୍ତି ଯେ ଏବେ ସୁଦ୍ଧା ପ୍ରାୟ ୫୭୪ କୋଟି ଟଙ୍କାର କ୍ଷତି ହୋଇ ସାରିଲାଣି।

Business Standard

ସେହିପରି ପଡ଼ୋଶୀ ରାଜ୍ୟ ଉତ୍ତରାଖଣ୍ଡରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଡେରାଡୁନ୍‌ ଏବଂ ଅନ୍ୟ ଆଖପାଖ ରାଜ୍ୟଗୁଡ଼ିକରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଦିଲ୍ଲୀରେ ବି ଏହି ବର୍ଷାର ପ୍ରଭାବ ରହିପାରେ ବୋଲି ପୂର୍ବାନୁମାନ କରାଯାଇ ସତର୍କ ସୂଚନା ଜାରି କରାଯାଇଛି।

ସମ୍ବନ୍ଧିତ ଖବର