ମିଆଁମାର: ଦୁଇ ଦୁଇଟି ବିରାଟ୍ ଭୂକମ୍ପ ଝଟକାରେ ଦୋହଲି ଯାଇଛି ମିଆଁମାର ଓ ଥାଇଲାଣ୍ଡ । ପ୍ରକୃତି ରଚିଛି ତାଣ୍ଡବଲୀଳା । ଧ୍ୱଂସର ଏହି ଭୟଙ୍କର ଝଟକା ପରେ ମିଆଁମାରଠୁ ଥାଇଲାଣ୍ଡ ସବୁଠି ହାହାକାର, ସବୁଠି ଜୀବନ ପାଇଁ ସଂଘର୍ଷ ଏବଂ ସବୁଠି ଜୀବନ-ମୃତ୍ୟୁ ଭିତରେ ଟଣାଓଟରା ।
A Chinese national in Myanmar witnessed several buildings collapse during the 7.9 magnitude earthquake. Local residents are setting up supplies on the streets to aid each other.#Myanmar#earthquake#earthquakemyanmar#Myanmarquake#myanmarearthquakehttps://t.co/Mp1czmo8j5pic.twitter.com/V9yzb7SDqZ
— Shanghai Daily (@shanghaidaily) March 28, 2025
କେଉଁଠି ବଡ ବଡ କୋଠାରେ ଶହଶହ ଜୀବନ ନିଖୋଜ ତ କେଉଁଠି ସୁଉଚ୍ଚ ଅଟ୍ଟାଳିକା ତଳେ ଚାପି ହୋଇ ରହି ଛଟପଟ ହେଉଛି ଜୀବନ । ଭୁଶୁଡି ପଡିଛି ମଲ୍, ଭାଙ୍ଗିଯାଇଛି ଘର, ଫାଟିଯାଇଛି ରାସ୍ତା, ଗଡି ପଡିଛି ଗଛ... ସବୁଠି ମୃତ୍ୟୁର ତାଣ୍ଡବଲୀଳା ଆଉ ସବୁଠି ଜୀବନର ଆର୍ତ୍ତ ଚିତ୍କାର... ବଞ୍ଚାଅ ବଞ୍ଚାଅର ଡାକ । କିଏ ଶୁଣିବ, କିଏ କାହାକୁ ଉଦ୍ଧାର କରିବ । ସମସ୍ତେ ତ ଏଠି ନିଜ ନିଜ ଜୀବନକୁ ନେଇ ଧାଇଁଛନ୍ତି । କେଉଁଠି ଆଗେ ଆଗେ ମୃତ୍ୟୁ ତ କେଉଁଠି ପଛେ ପଛେ ମୃତ୍ୟୁ ଧାଉଁଥିବା ଦେଖିବାକୁ ମିଳିଛି ।
ମିଆଁମାରରେ ବିଭିନ୍ନ ସ୍ଥାନରେ ଭୂକମ୍ପ କାରଣରୁ ବଡ ବଡ କୋଠା ଭୁଶୁଡି ପଡିଛି ଏବଂ ସେହି କୋଠା ତଳୁ ବୁଲଡୋଜର ଜରିଆରେ ନିଖୋଜ ମଣିଷଙ୍କୁ ଖୋଜା ଚାଲିଛି । ବ୍ୟାଙ୍କକକେ ଏକ ନିର୍ମାଣାଧୀନ ଅଟ୍ଟାଳିକା ଭୁଶୁଡୁଥିବାରୁ ଭିଡିଓ ଭାଇରାଲ ହେଉଛି । ଯେଉଁଠି ପ୍ରାୟ ୯୦ ଜଣ ଶ୍ରମିକ କାମ କରୁଥିବା କୁହାଯାଉଛି । ଯେଉଁମାନଙ୍କର କୌଣସି ପତ୍ତା ବି ମିଳୁନି ।
The #earthquake shakes #Thailand as water cascades from the pool of a high-rise building. #Myanmar#MyanmarEarthquakehttps://t.co/xZazhLImIKpic.twitter.com/1Jz8YpLgGP
— Shanghai Daily (@shanghaidaily) March 28, 2025
ଖାଲି କୋଠା କି ରାସ୍ତା ନୁହେଁ ମଲ୍, ହସ୍ପିଟାଲ, ରେଳ ଷ୍ଟେସନ, ବିମାନବନ୍ଦର, ସ୍କୁଲ, କଲେଜ, ବଜାରରେ ଏମିତି ଅନେକ ସ୍ଥାନରେ ଲୋକେ ଭୂକମ୍ପ ଦ୍ବାରା ପ୍ରଭାବିତ ହୋଇଛନ୍ତି ଆଉ ମୃତାହତ ବି ହୋଇଛନ୍ତି । ଯଦିଓ ସରକାରୀ ସ୍ତରରେ କୌଣସି ସୂଚନା ମିଳିନି ତେବେ ଭୂକମ୍ପରେ ମୃତକଙ୍କ ସଂଖ୍ୟା ଶତାଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
Terremoto se registró a 12 km de Sagaing, Myanmar (Birmania) 7:20 a.m y su magnitud fue de 7.7
— Caminos de Chile (@CaminosdeChile) March 28, 2025
Cae edificio en construcción en #bangkok. Estado d emergencia ha sido declarado por el Primer Ministro de #Tailandia . #terremoto#Myanmar#Tailandia. #earthquake#myanmarearthquakepic.twitter.com/pauWWmiCTR