ଇସ୍ତାନବୁଲ : ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଯାଇଛି । ଏହା ମଧ୍ୟରୁ ତୁର୍କୀରେ ୧୬,୧୭୦ ଜଣ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୩୧୧୨ ଜଣ ସିରିଆରେ ମୃତ୍ୟୁବରଣ କରିଛନ୍ତି ।
ତୁର୍କୀରେ ସ୍ଥିତି ଏବେ ବି ସଂଗୀନ ରହିଛି । ଭୂମିକମ୍ପ ହେବାର ୭୨ ଘଣ୍ଟା ବିତିଯାଇଥିବାରୁ ଧ୍ବଂସସ୍ତୁପ ତଳୁ ଜୀବିତ ଲୋକଙ୍କ ସନ୍ଧାନ ମିଳିବା ସମ୍ଭାବନା କମି କମି ଆସୁଛି । ତଥାପି ଉଦ୍ଧାରକାରୀମାନେ ଧ୍ବଂସସ୍ତୁପ ଖୋଜିବାରେ ଲାଗିଛନ୍ତି ।
ତୁର୍କୀରେ ସ୍ଥିତି ଏତେ ମୃତଦେହ ପଡ଼ିରହଛି ଯେ ହସପିଟାଲ ଗୁଡ଼ିକର ପାର୍କିଂ ସ୍ଥାନଗୁଡ଼ିକରେ ଶବଗୁଡ଼ିକୁ ରଖାଯାଇଛି । ଗୋଟିଏ ଗୋଟିଏ ପରିବାର ସଂସାରରୁ ନିଶ୍ଚିହ୍ନ ହୋଇଯାଇଛି । ତୁର୍କୀ ଓ ସିରିଆରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି । ତୁର୍କୀର ବିଭିନ୍ନ ହସପିଟାଲ ଓ ସ୍କୁଲଗୁଡ଼ିକରେ ଅନେକ ଅଚିହ୍ନା ଶବ ପଡ଼ିରହିଛି ।
ତୁର୍କୀ ରାଷ୍ଟ୍ରପତି ରେସେପ୍ ତୟିପ୍ ଏର୍ଡୋଗାନ୍ ବୁଧବାର ଭୂମିକମ୍ପ ଉପରେ ତାଙ୍କ ସରକାରଙ୍କ ପ୍ରତିକ୍ରିୟା ରଖିଛନ୍ତି । ଉଦ୍ଧାରକାର୍ଯ୍ୟକୁ ନେଇ ହେଉଥିବା ସମାଲୋଚନା ପରେ ପ୍ରଶାସନ ଦ୍ବାରା ହୋଇଥିବା 'ତ୍ରୁଟି' କୁ ସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ବଞ୍ଚିଥିବା ଲୋକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟ ପାଇଁ ସଂଘର୍ଷ କରୁଥିବା ଜଣାଯାଇଛି । ଏହା ସତ୍ତ୍ବେ ସରକାରଙ୍କ ସହାୟତା ପହଞ୍ଚିପାରୁନାହିଁ । ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/Several-buildings-were-destroyed-following-the-powerful-earthquake-in-southern-Turkey-on-February-1.jpg)