କର୍ଣ୍ଣାଟକ କୋଠା ଭୁଷୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ବାଙ୍ଗାଲୁରୁ : କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ ଗତ ମଙ୍ଗଳବାରଦିନ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୬୨ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆହୁରି ୩-୪ ଜଣ ଏଠାରେ ଫସିରହିଥିବା ଆଶଙ୍କା କରାଯାଉଛି । ତେବେ କଂକ୍ରିଟ କାଟି ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏସଡିଆରଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାମ କରାଯାଉଛି । ଭିତରେ ଫସି ରହିଥିବା ଲୋକମାନଙ୍କୁ ଅମ୍ଳଜାନ ଓ ଓଆରଏସ ଦିଆଯାଉଛି ବୋଲି କହିଛନ୍ତି ସହରର ଡେପୁଟୀ କମିଶନର ଦୀପା ଚୋଲାନ ।ଏହି କୋଠାଟି ଏକ ନିର୍ମାଣାଧୀନ ସପିଂ କଂପ୍ଲେକ୍ସ ଥିଲା ବୋଲି ଜଣାଯାଇଛି । ଏହା ରାଜ୍ୟର ପୂର୍ବତନ ଖଣିମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ଜଣେ ସଂପର୍କୀୟଙ୍କର ବୋଲି ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର