ମହାରାଷ୍ଟ୍ରର ଭିଓ୍ବାଣ୍ଡିରେ କୋଠା ଭୁଶୁଡ଼ିବା ଘଟଣା: ମୃତକଙ୍କ ସଂଖ୍ୟା ୩୫କୁ ବୃଦ୍ଧି, ଜାରି ରହିଛି ଉଦ୍ଧାରକାର୍ଯ୍ୟ

ମୁମ୍ବାଇ: ସୋମବାର ଭୋର ୩ଟା ୪୫ମିନିଟରେ ମହାରାଷ୍ଟ୍ରର ଥାଣେ ଜିଲ୍ଲାର ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା। ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ‌ପରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଗତକାଲି ଘଟଣାର ୨୪ଘଣ୍ଟା ପରେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଯାହାଫଳରେ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଥିଲା। ମଙ୍ଗଳବାର ଆଉ ୧୫ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଫଳରେ ମୃତ୍ୟୁ ସଂଖ୍ୟାରେ ୩୫ରେ ପହଞ୍ଚିଛି।  ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

କୋଠା ଭୁଶୁଡ଼ିବା ଘଟଣାରେ ଦୁଇ ନାଗରିକ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ଏବଂ କୋଠା ମାଲିକଙ୍କ ବିରୋଧରେ ଏକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚିଥିବା ବେଳେ ଏ ପର୍ଯ୍ୟନ୍ତ ୨୫ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆହତଙ୍କୁ ଥାଣେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

indiatoday

ଥାଣେ ଠାରୁ ପ୍ରାୟ ୧୦କିଲୋମିଟର ଦୂର ଭିଓ୍ବାଣ୍ଡିରେ ଥିବା ଏହି କୋଠାରେ ୪୦ଟି ଫ୍ଲାଟ ଥିଲା ଏବଂ ସେଠାରେ ପ୍ରାୟ ୧୫୦ଜଣ ଲୋକ ରହୁଥିଲେ। ଭବନ-ନିଜାମପୁର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏନ୍ଏମ୍ସି) ର ଭଙ୍ଗା ସଂରଚନା ତାଲିକାରେ ଏହି କୋଠା ନଥିଲା। କୋଠାଟି ୪୩ବର୍ଷ ପୁରୁଣା ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର