ଚାମୋଲି: ସୋମବାର ଦିନ ତପୋବନ ସୁଡ଼ଙ୍ଗ ମଧ୍ୟରୁ ଆଉ ତିନୋଟି ଶବ ଉଦ୍ଧାର କରାଯିବା ପରେ ଉତ୍ତରାଖଣ୍ଡ ‘ଗ୍ଲାସିଆ’ ବିପର୍ଯ୍ୟୟଜନିତ ମୃତ୍ୟୁସଂଖ୍ୟା ୫୪କୁ ବୃଦ୍ଧି ପାଇଛି। ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣସ୍ଥଳୀ ରାଇନି ଗାଁ ଏବଂ ତପୋବନ ସୁଡ଼ଙ୍ଗ ମଧ୍ୟରୁ ଏପର୍ଯ୍ୟନ୍ତ ସମୁଦାୟ ୧୫ଟି ଶବ ଉଦ୍ଧାର କରାଗଲାଣି।
ସେଥିରୁ ରାଇନି ଗାଁରୁ ସାତଟି ଶବ ଉଦ୍ଧାର କରାଯାଇଥିବା ବେଳେ ତପୋବନ ସୁଡ଼ଙ୍ଗ ମଧ୍ୟରୁ ଆଠଟି ଶବ ଉଦ୍ଧାର କରାଯାଇଛି। ହିମଖଣ୍ଡ ଧସିବା କାରଣରୁ ରାଜ୍ୟରେ ଆସିଥିବା ଅଚାନକ ବନ୍ୟା ଯୋଗୁଁ ପ୍ରାୟ ୧୭୯ଜଣ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ଯୋଶୀମଠ ଥାନାରେ ନିରୁଦ୍ଦିଷ୍ଟ ଅଭିଯୋଗ ଦାଏର କରାଯାଉଛି।
Image Courtesy of FirstPostଏବେ ମଧ୍ୟ ବିପର୍ଯ୍ୟୟ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି।
‘ଏନ୍ଡିଆର୍ଏଫ୍’ର ଡେପୁଟି କମାଣ୍ଡର୍ ଆଦିତ୍ୟ ପ୍ରତାପ ସିଂହ କହିଛନ୍ତି, ଏ ପର୍ଯ୍ୟନ୍ତ ତପୋବନ ଟନେଲ୍ରୁ ୮ଜଣଙ୍କ ଶବ ଉଦ୍ଧାର କରାଗଲାଣି। ଉଦ୍ଧାର ଅଭିଯାନ ଚାଲିଛି। ଆମେ ଅହର୍ନିଶ କାର୍ଯ୍ୟ କରୁଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/tapovan-1.jpg)