ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୯୦୮ ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ ଊର୍ଦ୍ଧ୍ୱ

ବେଜିଙ୍ଗ୍‌: ଚୀନ୍‌ରେ କରୋନାଭାଇରସ୍‌ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୯୦୮ରେ ପହଞ୍ଚିଛି ଏବଂ ଏଥିରେ ଆହୁରି ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତି ସଂକ୍ରମିତ ହୋଇଥିବା କଥା ସୋମବାର ଦିନ ଚୀନ୍‌ର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ କମିସନ୍‌ କହିଛନ୍ତି: ରବିବାର ଦିନ ୯୭ଜଣଙ୍କର ମୃତ୍ୟୁ ଘଟିବା ସହ ୩୦୬୨ଟି ନୂଆ ସଂକ୍ରମଣ କେସ୍‌ ରେକର୍ଡ କରାଯାଇଛି। ମୃତ ରୋଗୀମାନଙ୍କ ମଧ୍ୟରୁ ୯୧ଜଣ ହୁବେଇ ପ୍ରଦେଶର ଏବଂ ଦୁଇଜଣ ଅନ୍‌ହୁଇର। ମୃତ ରୋଗୀଙ୍କ ମଧ୍ୟରେ ହିଲୋଙ୍ଗ୍‌ଜିୟାଙ୍ଗ୍‌, ଜିଆଙ୍ଗ୍‌ଜି, ହଇନାନ୍‌ ଏବଂ ଗନ୍‌ସୁରୁ ଜଣେ ଲେଖାଏଁ ଅଛନ୍ତି। କରୋନାଭାଇରସ୍‌ ସଂକ୍ରମଣଜନିତ ଦୈନିକ ମୃତ୍ୟୁସଂଖ୍ୟା ଭାବେ ଏହା ହେଉଛି ସବୁଠୁ ଅଧିକ।

Image Source: Hindustan Times

ଏହି ରୋଗଯୋଗୁଁ ଚୀନ୍‌ର ୩୧ଟି ପ୍ରାଦେଶିକସ୍ତରୀୟ ଅଞ୍ଚଳରେ ଏ ପର୍ଯ୍ୟନ୍ତ ସମୁଦାୟ ୯୦୮ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦, ୧୭୧ଜଣ ଆକ୍ରାନ୍ତ ହୋଇଥିବା କଥା ସ୍ୱାସ୍ଥ୍ୟ କମିସନ୍‌ କହିଛି।

ଚିକିତ୍ସାଧୀନ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁସ୍ଥ ହୋଇଥିବା ୩, ୨୮୧ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର