ଭୋଟ ସାରି ଫେରୁଥିବା ବେଳେ ମାଓବାଦୀଙ୍କ ପୋଲିଂ ପାର୍ଟି ଉପରେ ଆକ୍ରମଣ: ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟିଛି। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ଚିନ୍ତଳନାରରୁ ଭୋଟ ଦାନ ସାରି ଫେରୁଥିବା ବେଳେ ମାଓବାଦୀମାନେ ପୋଲିଂ ଟିମ୍‌ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ। ଫଳରେ ପୋଲିଂ ଟିମ୍‌କୁ ସୁରକ୍ଷା ଦେବାକୁ ଯାଇ ସୁରକ୍ଷାକର୍ମୀ ମାଓବାଦୀଙ୍କ ଗୁଳିର ପାଲଟା ଜବାବ ଦେଇଥିଲେ। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏକ ଘଣ୍ଟାକାଳ ଗୁଳି ବିନିମୟ ଚାଲିଥିଲା। ଏଥିରେ ଦୁଇଜଣ ମାଓବାଦୀ ନିହତ ହୋଇଥିବା ସୁକମା ଏସପି ଅଭିଷେକ ସିହ୍ନା ସୂଚନା ଦେଇଛନ୍ତି।

ଏବେ ମୃତ ମାଓବାଦୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁଇ ମାଓବାଦୀଙ୍କ ପରିଚୟ ମିଳି ପାରି ନଥିଲା। ଘଟଣାସ୍ଥଳରୁ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ସହିତ ଦୈନଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି। ସମସ୍ତ ପୁଲିଂ ଟିମ୍‌ ସୁରକ୍ଷିତ ଅଛନ୍ତି।

ସମ୍ବନ୍ଧିତ ଖବର