ଦେବେନ୍ଦ୍ର ଫଡ଼ନାବିସଙ୍କୁ ବି ହତ୍ୟା ଧମକ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର ଚାଲିଛି ବୋଲି ଜଣାପଡ଼ିଛିି। ସେହିପରି ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ମଧ୍ୟ ମାଓବାଦୀମାନେ ହତ୍ୟା ଧମକ ଦେଇଛନ୍ତିି। ଫଡ଼ନାବିସଙ୍କ ଅଫିସ୍‌କୁ ମାଓବାଦୀ ସଂଗଠନରୁ ଦୁଇଟି ଧମକପୂର୍ଣ୍ଣ ଚିଠି ଆସିଥିବା ଜଣାପଡ଼ିଛି। ଗତ ଏପ୍ରିଲରେ ମାଓବାଦୀଙ୍କ ବିରୋଧରେ ଗଡ଼ଚିରୋଲିରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ୩୯ ମାଓବାଦୀ ନିହତ ହୋଇଥିଲେ। ଏଥିରେ ପ୍ରତିହିଂସା ପରାୟଣ ହୋଇ ମାଓବାଦୀମାନେ ଫଡ଼ନାବିସ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ଧମକ ଦେଇଛନ୍ତି। ଉକ୍ତ ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ ମାତ୍ର ଅଳ୍ପ କେତେକ କମ୍ରେଡ୍‌ଙ୍କୁ ହତ୍ୟା କରିଦେଲେ ଏହି ବିପ୍ଳବ ବନ୍ଦହେବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଏହି ଚିଠି ଆସିଥିଲା। ଏହି ଚିଠିଟି ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ଏବଂ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର