ନୂଆଦିଲ୍ଲୀ : ଦିଲ୍ଲୀରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍ ଦି ଇଣ୍ଟେଲେକ୍ଟର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତଙ୍କୁ ଗାନ୍ଧୀବାଦୀ ଅନୁଷ୍ଠାନ ହରିଜନ ସେବକ ସଂଘର ଜାତୀୟ ଉପଦେଷ୍ଟା ମଣ୍ଡଳୀର ସଭ୍ୟ ତଥା ଜାତୀୟ ସଂଯୋଜକ ଭାବେ ମନୋନୀତ କରାଯାଇଛି। ହରିଜନ ସେବକ ସଂଘର ସଭାପତି ଡକ୍ଟର ଶଙ୍କର କୁମାର ସାନ୍ୟାଲଙ୍କ ଦ୍ବାରା ଦେବେନ୍ଦ୍ର ରାଉତଙ୍କୁ ଜାତୀୟ ଉପଦେଷ୍ଟା ଓ ସଂଯୋଜକ ରୂପେ ମନୋନୀତ କରାଯାଇଛି। ପ୍ରଥମ ଓଡ଼ିଆ ଭାବେ ଶ୍ରୀ ରାଉତ ଏହି ପଦ ଗ୍ରହଣ କରିବେ। ଗାନ୍ଧୀଜୀଙ୍କ ଅର୍ଥନୈତିକ ଓ ସାମାଜିକ ନୀତିର ଦୃଢ ସମର୍ଥକ ରୂପେ ପରିଚିତ ଶ୍ରୀ ରାଉତ ନୂଆ ଦାୟିତ୍ବକୁ ସୁଚାରୁରୂପେ ସମ୍ପାଦନା କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଦେବେନ୍ଦ୍ର ରାଉତ ହରିଜନ ସେବକ ସଂଘ ଜାତୀୟ ଉପଦେଷ୍ଟା ଓ ସଂଯୋଜକ ମନୋନୀତ
/sambad/media/post_attachments/wp-content/uploads/2019/06/logo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)