ଭୋପାଳ : ଭୋପାଳର ବନୀଶା ପାଠକ ୯୯.୮ ପ୍ରତିଶତ ନମ୍ବର ରଖି ଦଶମ ଶ୍ରେଣୀ ଟପ୍ପର ହୋଇଛନ୍ତି। କରୋନାରେ ବନୀଶା ବାପା ମା’ଙ୍କୁ ହରାଇବାର ମାତ୍ର କିଛି ମାସ ମଧ୍ୟରେ ଏହି ସଫଳତା ପାଇଛନ୍ତି। ବନୀଶା ଟପ୍ପର ହେବାପରେ ଏକ କବିତା ଲେଖିଥିଲେ, ‘ ବାପା ମୁଁ ତୁମ ବିନା ଆଗକୁ ବଢ଼ିପାରିବି’। କିନ୍ତୁ ଏବେ ବନୀଶା ତାଙ୍କ ବାପା କରିଥିବା ଋଣ ପାଇଁ ସଂଘର୍ଷ କରୁଛନ୍ତି। ୧୭ ବର୍ଷୀୟା ବନୀଶାଙ୍କ ବାପା ଜିତେନ୍ଦ୍ର ପାଠକ ଜଣେ ଏଲ୍ଆଇସି ଏଜେଣ୍ଟ୍। ଅଫିସ୍ରୁ ସେ ୨୯ ଲକ୍ଷ ଟଙ୍କା ଋଣ ନେଇଥିଲେ। ବନୀଶା କହିଛନ୍ତି, ଋଣ ପରିଶୋଧ ପାଇଁ ସମୟ ଦେବାକୁ ସେ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଲେଖିଲେଣି କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରାଯାଇନି। ବନୀଶାଙ୍କୁ ନିଜ ସାନ ଭାଇର ଯତ୍ନ ବି ନେବାକୁ ପଡ଼ୁଛି। ଋଣ ପରିଶୋଧ ପାଇଁ ତାଙ୍କୁ ଶେଷଥର ଫେବ୍ରୁଆରି ୨ରେ ନୋଟିସ୍ କରାଯାଇଥିଲା। ଋଣ ପରିଶୋଧ ନକଲେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ବନୀଶା ଏବେ ତାଙ୍କ ମାମୁଁଙ୍କ ପାଖରେ ରହୁଛନ୍ତି। ବନୀଶାଙ୍କ ମାମୁଁ କହିଛନ୍ତି, ବନୀଶାଙ୍କ ବୟସ ହୋଇନଥିବାରୁ ତାଙ୍କ ବାପାଙ୍କ ସମସ୍ତ ପଲିସି ଏବଂ ମାସିକ କମିସନ୍ ମିଳିପାରୁନି। ରୋଜଗାରର ପନ୍ଥା ନଥିବାରୁ ବନୀଶାଙ୍କୁ ୧୮ ବର୍ଷ ହେବାପରେ ସେ ଋଣ ପରିଶୋଧ କରିପାରିବେ ବୋଲି ଏଲ୍ଆଇସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏହାର କୌଣସି ଉତ୍ତର ମିଳିନି।
କୋଭିଡ୍ରେ ଅନାଥ ପିଲାଙ୍କୁ ଋଣ ପରିଶୋଧ ନୋଟିସ୍
/sambad/media/post_attachments/wp-content/uploads/2020/10/money_loan660x440-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)