ନୂଆଦିଲ୍ଲୀ : ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରାଯାଇଥିଲା। ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ଚାଲେଞ୍ଜ କରି ଏକାଧିକ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଏସ୍ଏ ନଜୀରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ରାୟ ଆସନ୍ତା ମାସ ୨ ତାରିଖରେ ପ୍ରକାଶ କରିବା ସମ୍ଭାବନା ରହିଛି। ବିଚାରପତି ନଜୀର ଆସନ୍ତା ୪ ତାରିଖରେ ଅବସର ନେବେ। ତେଣୁ ଏହା ପୂର୍ବରୁ ବିମୁଦ୍ରୀକରଣ ରାୟ ଆସିବା ସମ୍ଭାବନା ରହିଛି। ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆବଶ୍ୟକ ତଥ୍ୟ ଓ ରେକର୍ଡ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp