ନୂଆଦିଲ୍ଳୀ: ପୁଣି ଅଶାନ୍ତ ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପୈତୃକ ଘର ଜାଳିଦେଲେ ଉପଦ୍ରବକାରୀ । ଏକ ଅନଲାଇନ୍ ଭାଷଣ ଦେଉଥିବା ବେଳେ ଢାକା ସ୍ଥିତ ତାଙ୍କ ପୈତୃକ ବାସଭବନରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ହସିନା ରାତି ୯ଟାରେ ଭାଷଣ ଦେବା ମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ ।
ଏହାର ଜବାବରେ ଶେଖ ହସିନା କହିଛନ୍ତି, ସେମାନେ ଏକ କୋଠା ଭାଙ୍ଗିପାରିବେ କିନ୍ତୁ ଇତିହାସ ନୁହଁ । ସେମାନେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ । ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘଟିଛି ତାହା ଦିନେ ଶେଷ ହେବ ବୋଲି କହିଛନ୍ତି ଶେଖ୍ ହସିନା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/06/RBp3u6Bn1NS1KSnqugLp.jpg)