ନୂଆଦିଲ୍ଲୀ: ନଏଡ଼ା ସହର ଓ ଆଖପାଖ ଅଞ୍ଚଳରେ କିଛି ମାସ ହେଲା କୁକୁର କାମୁଡ଼ା ଘଟଣା ବୃଦ୍ଧି ପାଇଛି। ଏହାକୁ ଲକ୍ଷ୍ୟ କରି ନଏଡ଼ା କର୍ତ୍ତୃପକ୍ଷ କୁକୁର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ୨୦୨୩ ମାର୍ଚ୍ଚ ପହିଲାରୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଛଡ଼ା କୁକୁର କାମୁଡ଼ିଥିବା ବ୍ୟକ୍ତିକୁ ଚିକତ୍ସା କରି ଭଲ କରିବା ଦାୟିତ୍ବ ବି କୁକୁର ମାଲିକଙ୍କର। ଏଥି ସହ ଯେଉଁମାନେ ଘରେ କୁକୁର ବା ବିରାଡ଼ି ପୋଷିବେ ସେମାନଙ୍କୁ ପେଟ୍ ରେଜିଷ୍ଟ୍ରେସନ ଆପ୍ ଜରିଆରେ ପଞ୍ଜୀକରଣ କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ତା’ ନ ହେଲେ ଜରିମାନା ଦେବାକୁ ପଡ଼ିବ। ଆସନ୍ତା ମାର୍ଚ୍ଚ ପହିଲାରୁ ପୋଷା କୁକୁରଙ୍କୁ ଆଣ୍ଟି-ରାବିଜ ଟିକା ଦେବାକୁ ବି ବାଧ୍ୟତାମୂଳକ କରାଯାଇଛି। ଏହାର ଉଲ୍ଲଂଘନ କଲେ ମାସିକ ୨୦୦୦ ଟଙ୍କା ଲେଖାଏ ଜରିମାନା ଦେବାକୁ ପଡ଼ିବ। ରାସ୍ତାରେ କୁକୁର ମଳତ୍ୟାଗ କଲେ ତାକୁ ସଫା କରିବା ଦାୟିତ୍ବ ବି କୁକୁର ମାଲିକଙ୍କର।
ନଏଡ଼ା କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି: ପୋଷା କୁକୁର କାମୁଡ଼ିଲେ ମାଲିକ ୧୦ ହଜାର ଟଙ୍କା ଦେବେ ଓ ଆକ୍ରାନ୍ତଙ୍କୁ ଚିକିତ୍ସା କରିବେ
/sambad/media/post_attachments/wp-content/uploads/2022/09/dog.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)