ଆୟକର ରିହାତି ସୁବିଧା ଛାଡ଼ିବାକୁ ମୁଖ୍ୟ ନିର୍ବାଚନ କମିସନରଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତର ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଗତ ୧୫ ତାରିଖ ଦିନ ଗ୍ରହଣ କରିବା ପରେ ଶନିବାର ଦିନ କମିସନରମାନଙ୍କ ସହିତ ପ୍ରଥମ ସମ୍ମିଳନୀ କରିଛନ୍ତି । ଶ୍ରୀ କୁମାରଙ୍କ ସହିତ ନିର୍ବାଚନ କମିସନର ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।

ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସମୟରେ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ କମିସନର ମାନଙ୍କର ଦରମା ଓ ଭତ୍ତା ସହିତ ସେମାନେ ପାଉଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ନିର୍ବାଚନ କମିସନ (ନିର୍ବାଚନ କମିମସନର ମାନଙ୍କ ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟଶୈଳୀ )ଆଇନ ୧୯୯୧ର ଉପଖଣ୍ଡ ୩ ଅନୁଯାୟୀ ସେମାନେ ମାସିକ ୩୪ ହଜାର ଟଙ୍କା ଆୟକର ବିହୀନ ଭତ୍ତା ପାଇଥାନ୍ତି। ଆହୁରି ମଧ୍ୟ ସେମାନେ ଏବଂ ସେମାନଙ୍କ ପରିବାରର ଆଶ୍ରିତମାନଙ୍କ ପାଇଁ ବର୍ଷକୁ ତିନୋଟି ପରିଭ୍ରମଣ ରିହାତି (ଏଲଟିସି) ଉପଭୋଗ କରିଥାନ୍ତି। ମୁଖ୍ୟ ନିର୍ବାଚନ କମିସନର ବ୍ୟୟ ସଙ୍କୋଚନ ଉପରେ ଗୁରୁତ୍ୱ ଦେଉଥିବାରୁ ବୈଠକରେ ସମସ୍ତେ ସର୍ବସମ୍ମତ ଭାବରେ ଆୟକର ରିହାତି ନ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିସହ ତିନୋଟି ଅବକାଶ ପରିଭ୍ରମଣ ରିହାତି ବଦଳରେ ଗୋଟିଏର ସୁବିଧା ନେବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର