ଚଳିତ ବର୍ଷ ପେନ୍‌ସନ୍ ବୃଦ୍ଧି ନିଷ୍ପତ୍ତି

ନୂଆଦିଲ୍ଲୀ : ପେନ୍‌ସନ୍‌ଭୋଗୀଙ୍କ ବୟସ ଏକ ନିର୍ଦିଷ୍ଟ ସ୍ତର ଟପିବା ପରେ ସେମାନଙ୍କ ପେନ୍‌ସନ୍‌ରେ କିଛି ପରିମାଣର ବୃଦ୍ଧି କରିବା ଲାଗି ପେନ୍‌ସନ୍ ସଂଘ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ସଂସଦୀୟ କମିଟି ଅନୁଧ୍ୟାନ କରୁଛି। ପେନ୍‌ସନ୍‌ଭୋଗୀଙ୍କ ତାଲିକା ପଠାଇବା ଲାଗି ସବୁ ବିଭାଗକୁ ସରକାର କହିଛନ୍ତି। ସେହି ତଥ୍ୟ ମିଳିବା ପରେ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ। ଚଳିତ ବର୍ଷ ପେନ୍‌ସନ୍‌ଭୋଗୀଙ୍କୁ ଲାଭ ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ପେନ୍‌ସନ୍ ଓ ଫାମିଲି ପେନ୍‌ସନ୍ ପାଉଥିବା ବ୍ୟକ୍ତିଙ୍କ ବୟସ ୬୫ ବର୍ଷ ଟପିଲେ ତାଙ୍କ ପେନ୍‌ସନ୍‌ରେ ୫%, ୭୦ ବର୍ଷ ଟପିଲେ ୧୦% ଓ ୭୫ ବର୍ଷ ଟପିଲେ ୧୫% ବୃଦ୍ଧି କରିବାକୁ ପେନ୍‌ସନ୍ ସଂଘ ପ୍ରସ୍ତାବ ଦେଇଛି। ବିଭିନ୍ନ ବିଭାଗରୁ ପେନ୍‌ସନ୍‌ଭୋଗୀଙ୍କ ତଥ୍ୟ ପାଇବା ପରେ ସେମାନଙ୍କ ପେନ୍‌ସନ୍‌ ବଢ଼ିଲେ କେତେ ଆର୍ଥିକ ବୋଝ ପଡ଼ିବ ତାହା ସରକାର ଜାଣିବାକୁ ଚାହୁଛନ୍ତି। ସେହି ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର