ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ସଙ୍କଟ ଅତି ଭୟାନକ ସ୍ଥିତିରେ ପହଞ୍ଚିଛି। ରୁଷ୍ ପାଶ୍ଚାତ୍ୟ ରାଷ୍ଟ୍ରର ଚେତାବନୀ ଏବଂ କଟକଣାକୁ ଖାତିର ନକରି ସାମରିକ କାର୍ଯ୍ୟକ୍ରମ ବଢ଼ାଇ ଚାଲିଥିବା ବେଳେ ୟୁକ୍ରେନ୍ ମଧ୍ୟ ରୁଷ୍ର ମୁକାବିଲା ପାଇଁ ବିଶାଳ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୟୁକ୍ରେନ୍ରେ ୩୦ ଦିନ ପାଇଁ ଜାରୀୟ ଜରୁରୀ ପରିସ୍ଥିତି ଘୋଷଣା ହୋଇଛି। ଇତି ମଧ୍ୟରେ ୟୁକ୍ରେନ୍ ରୁଷ୍ରେ ଥିବା ନିଜ ନାଗରିକଙ୍କୁ ତୁରନ୍ତ ସ୍ବଦେଶ ଫେରିବାକୁ କହିଛି। ରୁଷ୍ରେ ପ୍ରାୟ ୩୦ ଲକ୍ଷ ୟୁକ୍ରେନ୍ ନାଗରିକ ରହୁଛନ୍ତି। ୟୁକ୍ରେନ୍ ନାଗରିକମାନେ ଏହି ନିର୍ଦ୍ଦେଶ ପରେ ରୁଷ୍ ଛାଡ଼ିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ରୁଷ୍ ୟୁକ୍ରେନ୍ ବିରୋଧରେ ଯେଭଳି କଠୋରତା ଅବଲମ୍ବନ କରୁଛି ତାହାକୁ ଦେଖିଲେ ୟୁକ୍ରେନ୍ ନାଗରିକଙ୍କୁ ଦୂତାବାସ ସହାୟତା ଦେଲାଭଳି ଲାଗୁନାହିଁ। ତେଣୁ ୟୁକ୍ରେନ୍ ରୁଷ୍ରେ ଥିବା ଏହା ନାଗରିକଙ୍କୁ ତୁରନ୍ତ ଖାଲି କରିବାକୁ କହିଛି। ଅନ୍ୟପକ୍ଷରେ ରୁଷ୍ ମଧ୍ୟ ୟୁକ୍ରେନ୍ରେ ଥିବା ନିଜ ଦୂତାବାସ କର୍ମଚାରୀଙ୍କୁ ଖାଲି କରିବା ଆରମ୍ଭ କରିଦେଇଛି। ୟୁକ୍ରେନ୍ରେ ଆଜି ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କ ବୈଠକରେ ରୁଷ୍ର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି।
ୟୁକ୍ରେନ୍ରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା: ରୁଷ୍ର ମୁକାବିଲା ପାଇଁ ପ୍ରସ୍ତୁତି
ୟୁକ୍ରେନ୍ରୁ ଦୂତାବାସ କର୍ମଚାରୀଙ୍କୁ ଖାଲି କରାଉଛି ରୁଷ୍, ରୁଷ୍ ଛାଡ଼ିବାକୁ ନାଗରିକଙ୍କୁ ନିର୍ଦ୍ଦେଶ ଦେଲା ୟୁକ୍ରେନ୍
/sambad/media/post_attachments/wp-content/uploads/2022/02/f65h4sf654sfh654sfh56sfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)