ନୂଆଦିଲ୍ଲୀ : ବିଜେପି ଶୁକ୍ରବାର ଦିନ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ବିନୋଦ ତାବଡ଼େଙ୍କୁ ବିହାର ପ୍ରଭାରୀ ଦାୟିତ୍ବ ମିଳିଥିବା ବେଳେ, ଓମ୍ ମାଥୁରଙ୍କୁ ଛତିଶଗଡ଼, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ହରିୟାଣା, ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାଡ଼ଖଣ୍ଡ, ପ୍ରକାଶ ଜାଭଡ଼େକରଙ୍କୁ କେରଳ, ରାଧାମୋହନ ଅଗ୍ରୱାଲଙ୍କୁ ଲକ୍ଷାଦ୍ବୀପ, ପି. ମୂରଲୀଧର ରାଓଙ୍କୁ ମଧ୍ୟପ୍ରଦେଶ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ପଂଜାବ, ତରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନ, ମହେଶ ଶର୍ମାଙ୍କୁ ତ୍ରିପୁରା, ମଙ୍ଗଳ ପାଣ୍ଡେଙ୍କୁ ପଶ୍ଚିମ ବଂଗ ଏବଂ ସମ୍ବିତ ପାତ୍ରଙ୍କୁ ପୂର୍ବୋତ୍ତର ପ୍ରଭାରୀ ଦାୟିତ୍ବ ମିଳିଛି। ବିଜେପି କେତେକ ରାଜ୍ୟରେ ପୂର୍ବରୁ ଥିବା ପ୍ରଭାରୀଙ୍କୁ କାଏମ ରଖିଛି। ଅନ୍ୟପକ୍ଷରେ କେତେକ ରାଜ୍ୟରୁ ହଟାଯାଇଥିବା ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରୁ ହଟାଯାଇଥିବା ମନ୍ତ୍ରୀମାନଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯାଇଛି।
୨୦୨୪ ନିର୍ବାଚନ ପାଇଁ ବିଜେପିର ସଜବାଜ, ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ ବିପ୍ଳବ ଦେବଙ୍କୁ ସାଂଗଠନିକ ଦାୟିତ୍ବ, ସମ୍ବିତ ପାତ୍ର ପୂର୍ବୋତ୍ତର ପ୍ରଭାରୀ
/sambad/media/post_attachments/wp-content/uploads/2022/09/bjp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)