ବାସଭବନରୁ ମିଳିଲା ମୃତ ବ୍ୟକ୍ତିଙ୍କ ପଚି ଯାଇଥିବା ଶରୀର, ମାନସିକ ବିକାରଗ୍ରସ୍ତ ପୁଅ ଫେରାର୍‌

କୋଲକାତା: କୋଲକାତାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୮୫ ବର୍ଷୀୟ ମୃତ ବ୍ୟକ୍ତିଙ୍କ ପଚା ଶରୀର ବେହେଲାରେ ଥିବା ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ମୃତକ ଜଣକ ହେଉଛନ୍ତି ରବୀନ୍ଦ୍ର ନାଥ ଘୋଷ।

ରବୀନ୍ଦ୍ରଙ୍କ ବଡ଼ ପୁଅ ଅଶୋକ ବାପାଙ୍କଠାରୁ ଦୂରରେ ରୁହନ୍ତି। ଅଶୋକ ଗୁରୁବାର ବାପାଙ୍କୁ ଦେଖା କରିବାକୁ ଆସି ଘର ଚଟାଣ ଉପରେ ବାପାଙ୍କ ମୃତଦେହ ଦେଖି ଚମକି ପଡ଼ିଲେ। ସେ ପରେ ପୁଲିସ୍‌ରେ ଖବର ଦେଲେ। ଖବର ପାଇ ପୁଲିସ୍‌ ଆସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

LatestLY

ପ୍ରଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ରବୀନ୍ଦ୍ରଙ୍କ ମୃତ୍ୟୁକୁ ଚାରି ଦିନ ହୋଇଗଲାଣି। ତାଙ୍କ ପାଖରେ ‌ତାଙ୍କ ସାନ ପୁଅ ଅଜିତ ରହୁଥିଲେ। ଅଜିତ ମାନସିକ ବିକାରଗ୍ରସ୍ତ। ରବୀନ୍ଦ୍ରଙ୍କ ମୃତ୍ୟୁ ପରେ ଅଜିତଙ୍କୁ ଆଉ ସେ ଘରେ ଦେଖିବାକୁ ମିଳୁନାହିଁ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ରବୀନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ସାଂଘାତିକ ଭାବେ ଖରାପ ହୋଇ ଯାଇଥିଲା। ସେ ଜଣେ ଯକ୍ଷ୍ମା ରୋଗୀ ଥିଲେ। ତାଙ୍କ ରୋଗ ବଢ଼ିଯିବା ପରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ଅନୁମାନ କରାଯାଉଛି। ବାପାଙ୍କ ମୃତ୍ୟୁ ପରେ ମୃତଶରୀରର ପଚା ଗନ୍ଧ ସହ୍ୟ ନକରି ପାରି ଅଜିତ ଘରଛାଡ଼ି ପଳାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ, ତାଙ୍କର ପୂର୍ବରୁ ମଧ୍ୟ ଅନେକ ଥର ଘରୁ ପଳାଇବାର ଅଭ୍ୟାସ ଅଛି। କିଛି ଦିନ ପରେ ପୁଣି ଘରକୁ ଫେରି ଆସିଥାନ୍ତି।

ସମ୍ବନ୍ଧିତ ଖବର