ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଲା ଗଭୀର ଅବପାତ

ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ପରେ ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟା ‘ଆସାନୀ’ ପାଲଟିଯାଇଥିବା କଥା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି ଭୋର୍‌ ୫.୩୦ ବେଳକୁ ‘ଅସାନୀ’ ଉତ୍ତରକୁ ୧୧.୨୦ ଡିଗ୍ରି ଅକ୍ଷାଂଶ ଏବଂ ପୂର୍ବକୁ ୮୯.୩ ଡିଗ୍ରି ଦ୍ରାଘିମା ନିକଟବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିଲା।

ସ୍ଥଳଭାଗରୁ ହିସାବ କଲେ, ସେତେବେଳେ ‘ଆସାନୀ’ କାର୍‌ ନିକୋବର୍‌ଠାରୁ (ନିକୋବର ଦ୍ବିୀପପୁଞ୍ଜ) ପଶ୍ଚିମ-ଉତ୍ତରପଶ୍ଚିମକୁ ପ୍ରାୟ ୪୫୦ କିଲୋମିଟର, ପୋର୍ଟ ବ୍ଲେୟାର୍‌ଠାରୁ (ଆଣ୍ଡାମାନ ଦ୍ବୀପପୁଞ୍ଜ) ପ୍ରାୟ ୩୮୦ କିଲୋମିଟର୍‌ ପଶ୍ଚିମକୁ, ବିଶାଖାପାଟଣାଠାରୁ (ଆନ୍ଧ୍ରପ୍ରଦେଶ) ପ୍ରାୟ ୯୭୦ କିଲୋମିଟର ଦକ୍ଷିଣପୂର୍ବକୁ ଏବଂ ପୁରୀଠାରୁ (ଓଡ଼ିଶା) ପ୍ରାୟ ୧୦୩୦ କିଲୋମିଟର୍‌ ଦକ୍ଷିଣ-ଦକ୍ଷିଣପୂର୍ବକୁ କେନ୍ଦ୍ରୀଭୂତ ହୋଇଥିଲା।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ‌‘ଆସାନୀ’ ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହେବା ସହ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଆହୁରି ଭୀଷଣ ସାମୁଦ୍ରିକ ବାତ୍ୟା ପାଲଟିବାର ଯଥେଷ୍ଟ ସମ୍ଭାବନା ଅଛି। ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉତ୍ତରପଶ୍ଚିମ ପ୍ରାନ୍ତକୁ ଗତିଶୀଳ ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପହଞ୍ଚିପାରେ। ଏହାପରେ,‘ଆସାନୀ’ ଉତ୍ତର-ଉତ୍ତରପୂର୍ବ ପ୍ରାନ୍ତକୁ ମୋଡ଼ ବଦଳାଇ ଓଡ଼ିଶା ଉପକୂଳ ଅନ୍ତର୍ଗତ ଉତ୍ତରପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ

ସମ୍ବନ୍ଧିତ ଖବର