ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଉପରେ ଗଭୀର ଅବପାତ

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ଗଭୀର ଅବପାତ ହୋଇଛି। ଗତ ୬ ଘଣ୍ଟା ମଧ୍ୟରେ ୨୧ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ସାଢେ ୫ଟାରେ ଏହା କେନ୍ଦ୍ରୀଭୂତ ହେଲା। ସେପ୍ଟେମ୍ବର ୧୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ସହିତ ୨୨ଡିଗ୍ରି ଅକ୍ଷାଂଶ ନିକଟରେ ଏହା କେନ୍ଦ୍ରୀଭୂତ ହୋଇଛି। ଝାରସୁଗୁଡ଼ା (ଓଡ଼ିଶା) ର ପ୍ରାୟ ୫୦ କିଲୋମିଟର ପଶ୍ଚିମ-ଉତ୍ତର-ପଶ୍ଚିମ ଏବଂ ଅମ୍ବିକାପୁର (ଛତିଶଗଡ଼)ର ପ୍ରାୟ ୧୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏହା ଅବସ୍ଥାନ କରିଥିବା ଜଣାଯାଇଛି।

ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଧିକ | ଆଗାମୀ ୬ ଘଣ୍ଟା ମଧ୍ୟରେ ଏହି  ଅବପାତ ଦୁର୍ବଳ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର