ଆରବ ସାଗରରେ ବୁଡ଼ିଗଲା ମାଛଧରା ଡଙ୍ଗା, ୬ ନିଖୋଜ

ମାଙ୍ଗାଲୁରୁ : ମାଙ୍ଗାଲୁରୁ ଉପକୂଳ ଆରବ ସାଗରରେ ଆଜି ସକାଳେ ଏକ ବଡ଼ ମାଛଧରା ଡଙ୍ଗା ବୁଡ଼ିଯିବାରୁ ୬ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ତେବେ ଏହି ଡଙ୍ଗାରେ ଥିବା ଆଉ ୧୬ ଜଣଙ୍କୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ବୁଡ଼ିଯାଇଥିବା ଡଙ୍ଗାରେ ମୋଟ ୨୨ ଜଣ ଲୋକ ଥିଲେ । ନିଖୋଜ ଥିବା ୬ ଜଣଙ୍କୁ ଠାବ କରିବାକୁ ତଟରକ୍ଷୀ ବାହିନୀ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଉଦ୍ୟମ ଜାରି ରଖିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିସେମ୍ବର ୩ ଓ ୪ ତାରିଖରେ ଭାରତର ପଶ୍ଚିମ ଉପକୂଳ ଓ ଲାକ୍ଷାଦ୍ବୀପ ଅଞ୍ଚଳରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି  ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ସମ୍ବନ୍ଧିତ ଖବର