ନୂଆଦିଲ୍ଲୀ: ବନ୍ଦ ହେବନି ସାଇ ବାବାଙ୍କ ଦରବାର। କେବଳ ଶିରିଡ଼ିରେ ପାଳନ ହେବ ବନ୍ଦ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନକୁ ଜୋରଦାର ବିରୋଧ କରି ରବିବାରଠାରୁ ଶିରିଡି ସାଇ ବାବାଙ୍କ ଦରବାର ଓ ଦର୍ଶନ ବନ୍ଦ ହେବା ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାକୁ ଖଣ୍ଡନ କରିଛି ଶିରିଡ଼ି ସାଇ ଟ୍ରଷ୍ଟ ।

Advertisment

ଏହି ସଂପର୍କରେ ଏକ ବିବୃତି ଜାରି କରି ଟ୍ରଷ୍ଟ  ପକ୍ଷରୁ କୁହାଯାଇଛି ଯେ, ରବିବାର ଓ ଏହାପରେ ମଧ୍ୟ ବାବାଙ୍କ ଆଳତୀଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୂଜାନୀତି ପୂର୍ବପରି ଚାଲୁ ରହିବ। ଏପରିକି ଟ୍ରଷ୍ଟ ପକ୍ଷରୁ ପ୍ରସାଦାଳୟ, ଭକ୍ତ ନିବାସ ଓ ହସ୍ପିଟାଲ ନିୟମିତ ଭାବେ କାର୍ଯ୍ୟ କରିବ ବୋଲି ସ୍ପଷ୍ଟ କରାଯାଇଛି । ଶିରିଡ଼ି ସାଇ ମନ୍ଦିରର ମୁଖ୍ୟ ପରିଚାଳନା ଅଧିକାରୀ ଦୀପକ ମୁଗଲିକର ଏହି ପ୍ରେସ ବିବୃତି ଜାରି କରିଛନ୍ତି ।

Shirdi Sai Baba Temple to Remain Open on January 19 Despite Shutdown in Shirdi Town, Says Temple CEO Dipak Muglikar latestly.com

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଏକ ବୟାନକୁ ବିରୋଧ କରି ରବିବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଶିରିଡ଼ି ସାଇ ମନ୍ଦିର ବନ୍ଦ ରହିବ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ଟ୍ରଷ୍ଟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ସୂଚନା ମୁତାବକ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ କି, ଶିରିଡ଼ିଠାରୁ ୨୭୫ କିଲୋମିଟର ଦୂର ପାଥରିରେ ଜନ୍ମ ହୋଇଥିଲେ ସାଇ ବାବା । ତେଣୁ ଏହି ଅଂଚଳର ବିକାଶ ପାଇଁ ସେ ୧୦୦କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ତାଙ୍କର ଏଭଳି ଘୋଷଣା ପରେ ପାଥରିର ବିକାଶ ହେଲେ ଶିରିଡ଼ି ଏହାର ଆଧ୍ୟାତ୍ମିକ ଗୁରୁତ୍ୱ ହରାଇବ ବୋଲି ଆଶଙ୍କା କରି ଶିରିଡ଼ିବାସୀ ବିରୋଧ କରିବା ଆରମ୍ଭ କରିଥିଲେ ।