ଦିନେ ଯିଏ ବଣ ଜଙ୍ଗଲରେ ରହୁଥିଲେ ଆଜି ସିଏ ବିଳାସମୟ ଘରେ ରହୁଛନ୍ତି । ଅବଶ୍ୟ ତାହା ଥିଲା ଅଭିନୟ ଆଉ ଇଏ ବାସ୍ତବତା । କିନ୍ତୁ ସେହି ମଣିଷଙ୍କ ଜୀବନଶୈଳୀ ଏବଂ ତାଙ୍କ ଆଖି ଝଲସା ଘରକୁ ନେଇ ଏବେ ଭାରି ଚର୍ଚ୍ଚା । ଆମେ କହୁଛୁ ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆଙ୍କ କଥା । ଯିଏ ଏବେ ଆଲିସାନ ଘରେ ରହୁଛନ୍ତି ।
/sambad/media/media_files/2025/01/28/DfghUiB4zNEpBLVT9TxY.jpeg)
ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ଡାଇରେକ୍ଟର ଫରାହ ଖାନ ଏକ ବ୍ଲଗରେ ଦୀପିକାଙ୍କ ସୁନ୍ଦର ଘରର ଝଲକ ଦେଖାଇ ଭୁରି ଭୁରି ପ୍ରଶଂସା କରିଛନ୍ତି । ତାଙ୍କ ଲିଭିଙ୍ଗ ରୁମ ଏତେ ବଡ ଯେ ସେଠି ଅନେକ ଲୋକ ରହିଯିବେ ଏବଂ ସେ ଘରର କାମ ଅତି ସୁନ୍ଦର ଭାବେ କରାଯାଇଛି । ଖାଲି ଘର ନୁହେଁ ତାଙ୍କ ରୋଷେଇ ଘର ବି ବହୁତ ବଡ । ମୁମ୍ବାଇରେ ଏତେ ବଡ ଘର ଏବଂ ଏତେ ବଡ ରୋଷେଇ ଘର ପାଇବା ବଡ କଥା ବୋଲି ଫରାହ ଖାନ କହିଛନ୍ତି ।
ତେବେ ଆଜି ବି ରାମାୟଣର ଏହି ଚରିତ୍ରଙ୍କୁ ଲୋକେ ପସନ୍ଦ କରୁଛନ୍ତି । ତାଙ୍କୁ ଯେଉଁଠି ବି ଦେଖୁଛନ୍ତି ସୀତା ଭାବି ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଛନ୍ତି । ରାମାୟଣରେ ରାମଙ୍କ ସହ ୧୪ ବର୍ଷ ବନବାସ କାଟିଥିବା ସୀତା କିନ୍ତୁ ରିଅଲ ଲାଇଫରେ ଭାରି ସୌଖିନ ଏବଂ ବିଳାସପୂର୍ଣ୍ଣ ଜୀବନ ବିତେଇବାକୁ ଭଲ ପାଆନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/01/28/U0k3gwQB7Oai3WtBt60L.jpeg)