ମୁମ୍ବାଇ: ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ ମାମଲାରେ ଗତକାଲି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନ୍ସିବି) ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ୬ ଘଣ୍ଟା ଜେରା କରିଥିଲା। ଗତକାଲି ପୂର୍ବାହ୍ନ ୯ଟା ୪୫ରେ ଦୀପିକା ଏନ୍ସିବିର ଏସ୍ଆଇଟି ଅଫିସରେ ପହଞ୍ଚିଥିଲେ। ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ମଧ୍ୟ ଏନ୍ସିବି ଅଫିସରେ ପହଞ୍ଚିଥିଲେ। ଏନ୍ସିବିର ୫ ଜଣିଆ ସଦସ୍ୟବିଶିଷ୍ଟ ଟିମ୍ ଉଭୟଙ୍କୁ ସାମ୍ନାସାମ୍ନି ଜେରା କରିଥିଲା। ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ସେ ଡ୍ରଗ୍ସ ଚାଟ୍ କରିଥିଲେ ବୋଲି ଦୀପିକା ଏନ୍ସିବି ଆଗରେ ସ୍ବୀକାର କରିଥିାଲ। ୨୦୧୭ରେ ଦୀପିକା କରିସ୍ମାଙ୍କ ସହ ଡ୍ରଗ୍ସ ଚାଟ୍ କରିଥିଲେ ଏବଂ ଦୀପିକା ଏହି ହ୍ବାଟ୍ସଆପ୍ ଗ୍ରୁପ୍ର ଆଡ୍ମିନ ମଧ୍ୟ ଥିଲେ। ତେବେ ପଚରାଉଚରା ସମୟରେ ଏନସିବିର ଜଣେ ଅଧିକାରୀ ଦୀପିକାଙ୍କୁ ହାତ ଯୋଡ଼ିଥିବା ଖବର ସାମ୍ନାକୁ ଆସିଛି।
DNA Indiaସୂଚନା ମୁତାବକ, ପଚରାଉଚରା ସମୟରେ ଦୀପିକା ୩ଥର ଦୁଃଖରେ ଭାଙ୍ଗିପଡ଼ିବା ସହ କାନ୍ଦିଥିଲେ। ଏ ନେଇ ପଚରାଉଚରାରେ ବିଳମ୍ବ ହେଉଥିବାରୁ ଏନସିବିର ଜଣେ ଅଧିକାରୀ ଦୀପିକାଙ୍କୁ ହାତ ଯୋଡ଼ି ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ। କାନ୍ଦିବାର ଅଭିନୟ ନକରି ସତ କୁହ, ସତ କହିଲେ ତୁମର ଲାଭ ହେବ ବୋଲି ଦୀପିକାଙ୍କୁ କହିଥିଲେ ଏନସିବି ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/t-218.jpg)