ନୂଆଦିଲ୍ଲୀ: ଜେଏନୟୁ ଛାତ୍ରୀଛାତ୍ରୀମାନେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଧାରଣାରେ ବସିଥିବା ବେଳେ ସେମାନଙ୍କୁ ସମର୍ଥନ କରିବା ପରେ ଧାରଣାରେ ସାମିଲ ହୋଇଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ। ଏହା ପରେ ତାଙ୍କର ଏଭଳି କାମକୁ କିଛି ଲୋକ ବିରୋଧ କରିଥିବା ବେଳେ କିଛି ତାଙ୍କର ଏଭଳି କାମକୁ ପ୍ରଶଂସା କରିଥିଲେ। ପ୍ରଶଂସା କରିଥିବା ଲୋକଙ୍କ ମଧ୍ୟରେ ସାମିଲ ଥିଲେ ପାକିସ୍ତାନର ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍ ଗଫୁର। ଟୁଇଟ୍ କରି ସେ ଦୀପିକାଙ୍କୁ ପ୍ରଶଂସା କରିଥିବା ବେଳେ ଏବେ ତାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବସରପ୍ରାପ୍ତ ଭାରତୀୟ ସେନାର ମେଜର ଗୌରବ ଆର୍ଯ୍ୟା।
ଦୁଇଟି ଫଟୋ ସହ ସେ ଟୁଇଟ୍ କରି ଲେଖିଛନ୍ତି କି, ବଲିଉଡ୍ ଅଭିନେତ୍ରୀମାନଙ୍କ ଉପରେ ଆସିଫ୍ ଗଫୁର ବିଶେଷ ରୁଚି ରଖୁଥିବା ଦେଖି ମୁଁ ବହୁତ ଖୁସି। ଶେଷ ଥର, ଯେତେବେଳେ ଜଣେ ପାକିସ୍ତାନୀ ବଲିଉଡ୍ ଅଭିନେତ୍ରୀଙ୍କ ପ୍ରତି ନିଜର ରୁଚି ଦେଖାଇଥିଲେ, କାରଗିଲରେ ତାଙ୍କୁ ଏଭଳି ଜବାବ ଦିଆଯାଇଥିଲା। ସେୟାର କରାଯାଇଥିବା ଦୁଇଟି ଫଟୋରେ ଦୀପିକାଙ୍କ ଫଟୋ ସହ କାରଗିଲ ଯୁଦ୍ଧ ସମୟର ଏକ ବୋମାର ଫଟୋ ସେୟାର କରାଯାଇଛି। ଯେଉଁଥିରେ 'ଫ୍ରମ୍ ରବିନା ଟଣ୍ଡନ ଟୁ ନୱାଜ ସରିଫ୍' ଲେଖାଯାଇଥିଲା।
Happy to see @peaceforchange taking a keen interest in Bollywood heroines.
Last time when a Pakistani took interest in a Bollywood heroine, this was the response in Kargil. pic.twitter.com/kL1yATwcZD
— Major Gaurav Arya (Retd) (@majorgauravarya) January 8, 2020
ସୂଚନା ମୁତାବକ, ସେ ସମୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବା ନୱାଜ୍ ସରିଫ୍ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ। ଯେଉଁଥି ପାଇଁ କାରଗିଲ ଯୁଦ୍ଧ ସମୟରେ ପାକିସ୍ତାନକୁ ନିକ୍ଷେପ କରାଯିବାକୁ ଥିବା ଏକ ବୋମାରେ 'ଫ୍ରମ୍ ରବିନା ଟଣ୍ଡନ ଟୁ ନୱାଜ ସରିଫ୍' ଲେଖାଯାଇ ବିମାନରୁ ଲକ୍ଷ୍ୟଭେଦ କରାଯାଇଥିଲା।