‘ମନ୍‌ କି ବାତ୍‌’କୁ ନେଇ ଦୀପିକା କହିଲେ; କାମରେ କରି ଦେଖାଅ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କୀ ବାତ୍‌’କୁ ନେଇ କରିଥିବା ଏକ ଟ୍ବିଟ୍‌ ଆଜି ଭାଇରାଲ ହୋଇଛି। ଦୀପିକା ଟ୍ବିଟ୍‌ କରି କହିଛନ୍ତି, ‘ଆପଣ ଦୁନିଆକୁ ଯେଭଳି ଭାବେ ଦେଖିବାକୁ ଚାହୁଁଛନ୍ତି, ପ୍ରଥମେ ନିଜଠାରେ ପରିବର୍ତ୍ତନ ଆଣନ୍ତୁ। ଆପଣ କହିଥିବା ଶବ୍ଦ ମହିଳାଙ୍କ ପାଇଁ ଯଥେଷ୍ଟ ନୁହେଁ।’ ଦୀପିକା ଏହି ଟ୍ବିଟ୍‌କୁ ପ୍ରଧାନମନ୍ତ୍ରୀଙ୍କୁ ବି ଟ୍ୟାଗ୍‌ କରିଛନ୍ତି। ସୂଚନାଯୋଗ୍ୟ, ଦୀପିକା ଜେଏନ୍‌ୟୁ ବିକ୍ଷୋଭରେ ସାମିଲ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେହିଭଳି ‘ପଦ୍ମାବତ୍‌’ ରିଲିଜ୍ ପୂର୍ବରୁ କରଣୀ ସେନାକୁ ଧମକ ଦେଇ ବିବାଦରେ ବି ଫସିଥିଲେ।

ସମ୍ବନ୍ଧିତ ଖବର