ତିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନୱେରେ ଦୁଇଖଣ୍ଡ ହୋଇଯିବା ଘଟଣାକୁ ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି କୋବିନ୍ଦ କେରଳ ରାଜ୍ୟପାଳଙ୍କ ସହିତ କଥା ହୋଇଛନ୍ତି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଯାତ୍ରୀ, କ୍ରୁ ସଦସ୍ୟ ଓ ସେମାନଙ୍କର ପରିବାରଙ୍କୁ ସମବେଦନା ଜଣାଇଛନ୍ତି।
Deeply distressed to hear about tragic plane crash of Air India Express flight at Kozhikode, Kerala. Spoke to Kerala Governor Arif Mohammed Khan & inquired about the situation. Thoughts & prayers with affected passengers, crew members & their families: President Ram Nath Kovind pic.twitter.com/yfS8VAosfM
— ANI (@ANI) August 7, 2020
ଏୟାର ଇଣ୍ଡିଆର ବିମାନ ରନୱେରେ ଦୁଇଖଣ୍ଡ ହୋଇଯିବା ପରେ ରିପୋର୍ଟ ଲେଖାଯିବା ବେଳକୁ ୨ ଜଣ ପାଇଲଟ୍ଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧୨୩ ଜଣ ଆହତ ହୋଇଥିବା ବେଳେ ଏଥିରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସମସ୍ତ ଆହତ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଲାପୁରମ୍ ଏସ୍ପି ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି।
14 dead, 123 injured and 15 seriously injured in Kozhikode plane crash incident at Karipur Airport: Malappuram SP to ANI. #Kerala pic.twitter.com/QfFZxHDkVx
— ANI (@ANI) August 7, 2020
ବିମାନ ଦୁର୍ଘଟଣାରେ ପରେ ସିଆଇଏସ୍ଏଫ୍ର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏନ୍ଡିଆରଏଫର ଯବାନମାନେ ଘଟଣାସ୍ଥଳକୁ ପହଂଚୁଛନ୍ତି। ଦୁର୍ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପୀନରୟୀ ବିଜୟନଙ୍କ ସହ କଥା ହୋଇଛନ୍ତି।
Pained by the plane accident in Kozhikode. My thoughts are with those who lost their loved ones. May the injured recover at the earliest. Spoke to Kerala CM regarding the situation. Authorities are at the spot, providing all assistance to the affected: PM Narendra Modi (File pic) pic.twitter.com/h18CVPEjGH
— ANI (@ANI) August 7, 2020
ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର (୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୨, ୦୫୪୩୯୦୫୭୫) ଜାରି ହୋଇଛି। ସେ କହିଛନ୍ତି, ଆମର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଆମର ଟିମ୍ ବିମାନ ଯାତ୍ରୀଙ୍କୁ ବାହାର କରିବାରେ ଲାଗିପଡ଼ିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ର ଏକ ଟିମ କୋଝିକୋଡ ଅଭିମୁଖେ ବାହାରିଛନ୍ତି। ଏନ୍ଡିଆରଏଫ୍ର ଏହି ଟିମ୍ରେ ୫୦ ଜଣ ସଦସ୍ୟ ଅଛନ୍ତି।
ଡିଜିସିଏ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ AXB1344, ବୋଇଂ ୭୩୭ ଦୁବାଇରୁ କାଲିକଟ ଆସୁଥିଲା। ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯୧ ଜଣ ଯାତ୍ରୀ ଥିଲେ। ଏଥିରେ ୧୦ ଜଣ ଶିଶୁ ମଧ୍ୟ ସାମିଲ ଥିଲେ।
ସୂଚନାଯୋଗ୍ୟ, ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟା ୭ଟାରେ କେରଳର କୋଝିକୋଡ଼ ଠାରେ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିବାରୁ ପାଇଲଟ୍ଙ୍କର ମୃତ୍ୟୁ ଘଟିବା ସହ ଯାତ୍ରୀମାନେ ଆହତ ହୋଇଛନ୍ତି। ବିମାନ ଲ୍ୟାଣ୍ଡିଙ୍ଗ୍ କରିବା ସମୟରେ ପ୍ରବଳ ବୃଷ୍ଟିପାତ ମଧ୍ୟରେ କାରିପୁର ବିମାନ ବନ୍ଦରରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ବିମାନ ରନୱେରେ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍ଫୋନ୍ସ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ଵିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ରନ୍େଓ୍ଵରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଗଡ଼ ହୋଇଯାଇଛି। ପାଇଲଟ୍ ମରିଛନ୍ତି ଓ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛିଯ ଯୋଗକୁ ବିମାନରେ ନିଆଁ ଲାଗିନାହିଁ।