ଜାଣନ୍ତୁ କାହିଁକି ମାନହାନୀ ମକଦ୍ଦମା କରିଥିବା ବ୍ୟକ୍ତି ରାହୁଲ ଗାନ୍ଧିଙ୍କୁ ଦେଲେ ୧୫୦୦ଟଙ୍କା

ଥାନେ: ମାନହାନୀ ମକଦ୍ଦମା କରିଥିବା ବ୍ୟକ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଲେ ୧୫୦୦ଟଙ୍କା ଜରିମାନା। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭୀୱାଣ୍ଡିରେ ଥିବା ଏକ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜଣେ ବ୍ୟକ୍ତି ରାହୁଲଙ୍କୁ ଜରିମାନା ଦେଇଥିବା ଜଣାପଡ଼ିଛି। ଦୁଇ ଦୁଇ ଥର ଶୁଣାଣି ସ୍ଥଗିତ ରଖିବାକୁ କହିବାରୁ ବିଚାରପତି ଏଭଳି ଦଣ୍ଡ ଦେଇଛନ୍ତି।  ଅଭିଯୋଗକାରୀଜଣକ ‌ହେଉଛନ୍ତି ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ)ର ସ୍ଥାନୀୟ କାର୍ଯ୍ୟକର୍ତ୍ତା ରାଜେଶ କୁନ୍ତେ।

ସୂଚନା ମୁତାବକ, ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିବା କୁନ୍ତେ ଦୁଇଥର- ମାର୍ଚ୍ଚ ଏବଂ ଏପ୍ରିଲରେ ଶୁଣାଣି ସ୍ଥଗିତ ରଖିବାକୁ ଆବେଦନ କରିଥିଲେ, ଯାହା କୋର୍ଟ ପ୍ରତ୍ୟାଖ୍ୟାନ କରି ମାମଲାର ଅଭିଯୋଗକାରୀ କୁନ୍ତେଙ୍କୁ ମାର୍ଚ୍ଚ ପାଇଁ ୫୦୦ ଟଙ୍କା ଏବଂ ଏପ୍ରିଲ ପାଇଁ ୧୦୦୦ ଟଙ୍କା ରାହୁଲ ଗାନ୍ଧୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୧୪ରେ କୁନ୍ତେ ଥାନାର ଭୀୱାଣ୍ଡିରେ ତାଙ୍କ ଭାଷଣ ଦେଖିବା ପରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମକଦ୍ଦମା ଦାୟର କରିଥିଲେ, ଯେଉଁଠି ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆରଏସଏସର ହାତ ଥିଲା ବୋଲି କଂଗ୍ରେସ ନେତା ଦାବି କରିଥିଲେ। ଏଭଳି ବିବୃତିରେ ଆରଏସଏସର ପ୍ରତିଷ୍ଠା ଉପରେ ଆଞ୍ଚ ଆସିଥିବା କହି କୁନ୍ତେ ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ।

ତେବେ ମକଦ୍ଦମାର ଶୁଣାଣି ସମୟରେ ଦୁଇ ଦୁଇ ଥର ଅନୁପସ୍ଥିତ ରହିବା ସହ କୁନ୍ତେ ଶୁଣାଣି ସ୍ଥଗିତ ରଖିବାକୁ ଆବେଦନ କରିଥିବାରୁ ଅଦାଲତ ତାଙ୍କ ଉପରେ ୧୫୦୦ଟଙ୍କାର ଜରିମାନା ଲଗାଇଥିଲେ। ଏବେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁନ୍ତେ ରାହୁଲଙ୍କୁ ୧୫୦୦ଟଙ୍କା ଦେଇଥବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର