ବିଜେପି ଅହଙ୍କାରର ପରାଜୟ ହୋଇଛି : ଶରଦ ପାଓ୍ଵାର

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ଗତ ଥର ସଫଳତା ଦୋହରାଇପାରିନାହିଁ । ଏହାକୁ ନେଇ ଏନସିପି ଅଧ୍ୟକ୍ଷ ଶରଦ ପାଓ୍ଵାର ବିଜେପିକୁ କଟାକ୍ଷ କରିଛନ୍ତି । ଆଜିର ନିର୍ବାଚନ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଲୋକମାନେ ବିଜେପିର ଅହଙ୍କାରକୁ ହରାଇଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଓ ଏନସିପିର ସବୁ ସଦସ୍ୟ କଠିନ ପରିଶ୍ରମ କରିଛନ୍ତି ଓ ସଫଳତା ପାଇଛନ୍ତି । କ୍ଷମତା ଆସିବ ଓ ଯିବ କିନ୍ତୁ, ନିଜର ନୀତି ଆଦର୍ଶ ପ୍ରତି ସମର୍ପିତ ରହିବା ହିଁ ବଡ଼ କଥା ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ଏବେ ସୁଦ୍ଧା ୧୬୮ଟି ଆସନରେ ଆଗୁଆ ରହିଛି । ଏହା ମଧ୍ୟରୁ ବିଜେପି ୧୦୫ ଓ ଶିବସେନା ୬୨ ଆସନରେ ଆଗୁଆ ଅଛି । ଅନ୍ୟପକ୍ଷରେ କଂଗ୍ରେସ ୩୮ ଓ ଏନସିପି ୫୧ଟି ଆସନରେ ଆଗୁଆ ରହିଛନ୍ତି । ତେବେ ଗତ ୨୦୧୪ ନିର୍ବାଚନରେ ବିଜେପି ମହାରାଷ୍ଟ୍ରରେ ଏକାକୀ ୧୨୨ଟି ଆସନ ହାସଲ କରିଥିଲା । ଏଥର କିନ୍ତୁ ବିଜେପି କେତେକ ଆସନ ହରାଇବାକୁ ଯାଉଛି ।

ସମ୍ବନ୍ଧିତ ଖବର