ଆଣ୍ଡାମାନରେ ଦୀପାବଳି ପାଳିବେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏ ବର୍ଷ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଥିବା ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ମିଳିତ ବାହିନୀ ସୈନିକଙ୍କ ଗହଣରେ ଦୀପାବଳି ପାଳିବେ ବୋଲି ଜଣାଯାଇଛି। ବୁଧବାର ଠାରୁ ସେ ଏକ ଦୁଇଦିନିଆ ଗସ୍ତରେ ଆଣ୍ଡାମାନ ଓ ନିକୋବର ଯାଇ ସେଠାରେ ମିଳିତ ବାହିନୀର କାର୍ଯ୍ୟଶୈଳୀର ସମୀକ୍ଷା କରିବା ସହ କାର୍‌ ନିକୋବର ସ୍ଥିତ ବାୟୁସେନା କେନ୍ଦ୍ରକୁ ମଧ୍ୟ ଅନୁଧ୍ୟାନ କରିବେ। ସଂପୃକ୍ତ ଭାରତୀୟ ଦ୍ୱୀପପୁଞ୍ଜକୁ ଏହି ପ୍ରଥମ ଗସ୍ତ କାଳରେ ନିର୍ମଳା ଭାରତୀୟ ତିନି ବାହିନୀର ସୈନିକଙ୍କ ସହ ଦୀପାବଳି ଉତ୍ସବ ମଧ୍ୟ ମନାଇବେ। ଏଥି ସହିତ ସହିଦମାନଙ୍କ ଉଦ୍ଦେଶ୍ୟରେ ସେ ସେଲୁଲାର ଜେଲ୍‌ ପରିସରସ୍ଥ ସ୍ୱତନ୍ତ୍ର ଜ୍ୟୋତିରେ ଏବଂ କାର୍‌ ନିକୋବର ସ୍ଥିତ ସୁନାମି ସ୍ମୃତିସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଜଣାଇବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର