ଚୀନ ସୀମା ନିକଟରେ ହେଲିପ୍ୟାଡ୍, ସଡ଼କ ଓ ପୋଲ ଉଦଘାଟନ କଲେ ରାଜନାଥ

ନୂଆଦିଲ୍ଲୀ : ଚୀନ ଓ ପାକିସ୍ତାନରେ ସୀମାରେ ସାମରିକ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଉଦ୍ୟମ କରିଚାଲିଛି । ଶୁକ୍ରବାରଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଏସବୁ ସୀମାରେ ନିର୍ମିତ ୭୫ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ସୀମା ସଡ଼କ ସଂଗଠନ (ବିଆରଓ) ପକ୍ଷରୁ ଏସବୁ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ଅବସରରେ ବିଆରଓର ମହାନିର୍ଦ୍ଦେଶକ ଲେପ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଉପସ୍ଥିତ ଥିଲେ ।

ଶୁକ୍ରବାରଦିନ ଉଦଘାଟିତ ୭୫ଟି ପ୍ରକଳ୍ପ ମଧ୍ୟରୁ ୪୪ଟି ପୋଲ, ୨୮ଟି ସଡ଼କ,୨ଟି ହେଲିପ୍ୟାଡ୍ ଓ ଗୋଟିଏ ଅଙ୍ଗାରକ-ଶୂନ୍ୟ ବାସସ୍ଥାନ (ଜିରୋ କାର୍ବନ ହାବିଟାଟ୍) ରହିଛି । ୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳରେ ଏସବୁ ପ୍ରକଳ୍ପ ଅବସ୍ଥିତ ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶୁକ୍ରବାର ଉଦଘାଟିତ ୭୫ଟି ସଡ଼କ, ପୋଲ ଓ ହେଲିପ୍ୟାଡ ମଧ୍ୟରୁ ଅଧିକାଂଶ ଚୀନ ସୀମାରେ ଅବସ୍ଥିତ । ଅଳ୍ପ କେତୋଟି ପାକିସ୍ତାନ ସୀମାରେ ଅବସ୍ଥିତ । ବିଶେଷକରି ଚୀନ ଓ ଭାରତ ମଧ୍ୟରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ କେତେକ ସଡ଼, ପୋଲ ଓ ହେଲିପ୍ୟାଡ ଅବସ୍ଥିତ । ଏସବୁ ଅଂଚଳରେ ହିଁ ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ନିୟମିତ ବିବାଦ ଜାରି ରହୁଛି । ଭବିଷ୍ୟତରେ ଆବଶ୍ୟକ ପଡ଼ିଲେ ଭାରତୀୟ ସେନାର ଯବାନ, ଟ୍ୟାଙ୍କ ଓ ଯୁଦ୍ଧଯାନ ସହଜରେ ସୀମାନ୍ତ ଅଂଚଳକୁ ପ୍ରବେଶ କରିପାରିବେ ।

 

ସମ୍ବନ୍ଧିତ ଖବର