ଭାରତରେ ପଶିଲେ ପାକିସ୍ତାନୀ ଆତଙ୍କବାଦୀ : ଆକ୍ରମଣର ଆଶଙ୍କାରେ ଅରେଞ୍ଜ ଆଲର୍ଟରେ ପଞ୍ଜାବ ଓ ଜମ୍ମୁର ସୁରକ୍ଷା ପ୍ରତିଷ୍ଠାନ

ନୂଆଦିଲ୍ଲୀ : ଭାରତକୁ ପଶିଲେ ପ‌ାକିସ୍ତାନୀ ଆତଙ୍କବାଦୀ।  ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଅରେଞ୍ଜ ଆଲର୍ଟରେ ରହିଛି ପଞ୍ଜାବର ସୁରକ୍ଷା ପ୍ରତିଷ୍ଠାନ । ବୁଧବାର ଗୁଇନ୍ଦା ବିଭାଗ ପକ୍ଷରୁ ଆତଙ୍କବାଦୀଙ୍କ ପ୍ରବେଶ ନେଇ ସୂଚନା ପରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି ।

ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କ ଏକ ବଡ଼ ଗୋଷ୍ଠୀ ପଞ୍ଜାବ ସୀମାବର୍ତ୍ତୀ  ଅଞ୍ଚଳରେ ପ୍ରବେଶ କରି ଆକ୍ରମଣର ଯୋଜନା କରୁଥିବା ସୂଚନା ମିଳିଛି । ତେବେ ଏକ ବଡ଼ ଧରଣର ଆକ୍ରମଣର ମୁକାବିଲା ପାଇଁ ସେନା ପ୍ରସ୍ତୁତ ହୋଇଛି । ଏହା ପୂର୍ବରୁ ଆତଙ୍କବାଦୀମାନେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଥିଲା । ଏଭଳି ସୂଚନା ଦିଆଯିବା ପରେ ଏବେ ଜମ୍ମୁ ଓ ପଞ୍ଜାବର ସୁରକ୍ଷା ଟିମ୍‌କୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ପଠାନକୋଟ୍‌, ଜମ୍ମୁ, ଶ୍ରୀନଗର ଓ ଅବନ୍ତିପୁରାର ସୁରକ୍ଷା ପ୍ରତିଷ୍ଠାନଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି।

Image result for defence-bases-on-orange-alert-as-large-group-of-terrorists-enter-punjab
ABP Live

ସୂଚନା ମୁତାବକ, ଆଜି ସକାଳ ସମୟରେ ଆକ୍ରମଣ ସୂଚନା ମିଳିବା ପରେ ସବୁ ସୁରକ୍ଷା ପ୍ରତିଷ୍ଠାନ ବିଶେଷ କରି ପଞ୍ଜାବ ଓ ଜମ୍ମୁର ଆଖପାଖରେ ଥିବା ସୁରକ୍ଷା ପ୍ରତିଷ୍ଠାନକୁ ଅରେଞ୍ଜ ଆଲର୍ଟରେ ରଖାଯାଇଛି । ଭାରତୀୟ ବାୟୁସେନା ମଧ୍ୟ ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି । ତେବେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ପାକିସ୍ତାନ ବିରୋଧ କରିବା ସହ କୌଣସି ମୂହୁର୍ତ୍ତରେ ଆକ୍ରମଣ କରିପାରେ ବୋଲି ସୂଚନା ମିଳିଥିଲା ।

ସମ୍ବନ୍ଧିତ ଖବର