ନୂଆଦିଲ୍ଲୀ: ଆହୁରି ବଳଶାଳୀ ହେବ ସେନା । ବିଶ୍ବରେ ବାହିବଳୀ ହେବା ଭାରତୀୟ ସେନା । ପ୍ରତିରକ୍ଷା କ୍ଷେତ୍ରରେ ନିଜ ଶକ୍ତିକୁ ଆହୁରି ବଢାଇବ ଭାରତ । ଅପରେସନ ସିନ୍ଦୂରର ସଫଳତା ପରେ ସେନାକୁ ଶକ୍ତିଶାଳୀ କରିବାକୁ ଭାରତ ସରକାର ପ୍ରତିରକ୍ଷା ବଜେଟକୁ ବଢାଇ ପାରନ୍ତି । ପ୍ରତିରକ୍ଷା ପାଇଁ ଏଥର ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ବଜେଟ ଭାରତ ସରକାର ଆଣିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ନୂତନ ଧରଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ସହ ଗୋଳାବାରୁଦ କିଣିବାରେ ଭାରତ ଏହି ଟଙ୍କା ଖର୍ଚ୍ଚ କରିବ । ତା ସହ ପ୍ରତିରକ୍ଷା କ୍ଷେତ୍ରରେ ବିକାଶମୂଳକ କାମ ଏବଂ ସଶସ୍ତ୍ରବଳର ଆବଶ୍ୟକତା ଅନୁଯାୟୀ ଯାହା ଯାହା ଦରକାର ସେ କ୍ଷେତ୍ରରେ ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କା ବ୍ୟବହାର କରାଯିବ । ତେବେ ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ ଆଗତ ହେବା ଏନେଇ ସୂଚନା ମିଳିଛି ।
ସେପଟେ ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ପାକିସ୍ତାନକୁ ଚୀନ ଏବଂ ତୁର୍କୀର ସମର୍ଥନ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ର ଉପରେ ଗୁରୁତ୍ବ ଦେବା ସହ ପ୍ରତିରକ୍ଷା ବଜେଟକୁ ବଢାଇବା ନେଇ ଯୋଜନା କରୁଛି । ଅପରେସନ ସିନ୍ଦୂର ପରେ ପାକିସ୍ତାନର ଡ୍ରୋନକୁ ଯେମିତି ଭାରତର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଦେଲା ସେହି ପରି ଅତ୍ୟାଧୁନିକ ପ୍ରତିରକ୍ଷା ସାମଗ୍ରୀ କିଣିବା ଉପରେ ଗୁରୁତ୍ବ ଦିଆଯିବ । ସେଥିପାଇଁ କେନ୍ଦ୍ର ସରକାର ଭଣ୍ଡାର ଖୋଲିଦେବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/16/125WOH9fQn8EbAORFxca.jpg)