ପ୍ରତିରକ୍ଷା ବଜେଟ୍‌ ୭.୮୧% ବୃଦ୍ଧି, କିନ୍ତୁ ଏହା ଯଥେଷ୍ଟ ହେବ କି ?

ନୂଆଦିଲ୍ଲୀ: ଦିନକୁ ଦିନ ଜଟିଳ ହେଉଥିବା ଦେଶର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏଥର ପ୍ରତିରକ୍ଷା ବ୍ୟୟବରାଦ ବଢାବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସରକାର ଏଥର ପ୍ରତିରକ୍ଷା ବଜେଟ୍‌ ଯେତିକି ବଢାଇଛନ୍ତି ତାହା ସେନାର ଆଧୁନିକୀକରଣ ପାଇଁ ଯଥେଷ୍ଟ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଥର ପ୍ରତିରକ୍ଷା ବଜେଟ୍‌ ୭.୮୧ ପ୍ରତିଶତ ବଢାଇ ୨୯୫,୫୧୧ କୋଟି ଟଙ୍କା କରିଛନ୍ତି । ଗତ ବର୍ଷ ଏହା ୨୭୪,୧୧୪ କୋଟି ଟଙ୍କା ଥିଲା । ଏହା ଦେଶର ଜିଡିପିର ମାତ୍ର ୧.୫୮ ପ୍ରତିଶତ, ଯାହାକି ଗତ ୧୯୬୨ପରଠାରୁ ସବୁଠୁ କମ । ବିଶେଷଜ୍ଞଙ୍କ ମତରେ ଏହା ଅତିକମରେ ଆମ ଜିଡିପିର ୨.୫ ପ୍ରତିଶତରୁ ଅଧିକ ହେବା ଜରୁରୀ । କାରଣ ଚୀନ ଓ ପାକିସ୍ତାନପଟୁ ଭାରତ ପ୍ରତି ବିପଦର ଆଶଙ୍କା ଏବେ ଅନେକ ଗୁଣ ବଢିଯାଇଛି । ଏହି କାରଣରୁ ଭାରତ ନିଜ ସେନାରଦ୍ରୁତ ଆଧୁନିକୀକରଣ କରିବା ଆବଶ୍ୟକତା ରହିଛି । ପୁଣି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା ମଧ୍ୟ ଜରୁରୀ ହୋଇପଡିଛି । କିନ୍ତୁ ଏତିକି ବଜେଟରେ ଏହା ସମ୍ଭବ ଲାଗୁ ନାହିଁ ।
କେବଳ ଏବର୍ଷ ନୁହେଁ ଗତ ଅନେକ ବର୍ଷ ଧରି ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅବହେଳା କରିଆସିଛନ୍ତି । ଯେତିକି ବ୍ୟୟ ବରାଦ ହେଉଛି ଦରମା ଓ ପେନସନ ପରେ ଜରୁରୀ ଶସ୍ତ୍ରଶସ୍ତ୍ର ଓ ଯନ୍ତ୍ରପାତି କିଣିବା ପାଇଁ ଯେତିିକି ରହୁଛି ତାହା ଯଥେଷ୍ଟ ନୁହେଁ ବୋଲି ଆଲୋଚନା ହେଉଛି ।

ସମ୍ବନ୍ଧିତ ଖବର