ଜୁଲାଇ ୧୭-୧୮ରେ ଲଦାଖ ଓ କଶ୍ମୀର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି | ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା ପ୍ରସ୍ତୁତ ରହିଛି | ତେବେ ଗଲ୍‌ୱାନ୍ ସଂଘର୍ଷ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁଲାଇ ୧୭ରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା ପାଇଁ ଲଦାଖ ଗସ୍ତ କରିବେ ବୋଲି ଜଣା ପଡିଛି | ଏ ନେଇ ଦୁଇ ଅଧିକାରୀ ବୁଧବାର କହିଛନ୍ତି।

ସିଂହ ଜୁଲାଇ ୧୮ରେ ଜମ୍ମୁ-କଶ୍ମୀରର ଅଗ୍ରଗାମୀ ଅଞ୍ଚଳ ପରିଦର୍ଶନ କରିବେ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାନେ ତାଙ୍କ ସହ ରହିବେ ବୋଲି ଅଧିକାରୀମାନେ କହିଛନ୍ତି। ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରତିରକ୍ଷା ମନ୍ତ୍ରୀ ସ୍ଥିତି ସମୀକ୍ଷା ପାଇଁ ଯାଇ ନଥିଲେ | ଗଲ୍‌ୱାନ୍ ସଂଘର୍ଷ ପରେ ଏହା ତାଙ୍କର ଏହା ପ୍ରଥମ ଲଦାଖ ଗସ୍ତ ବୋଲି ଜଣା ପଡିଛି।

rajnath-singh-100.jpg
oneindia

ମିଳିଥିବା ସୂଚନା ମୁତାବକ, ରାଜନାଥ ସିଂ ଜୁଲାଇ ୧୭ରେ ଲଦାଖ ଏବଂ ଜୁଲାଇ ୧୮ରେ ଶ୍ରୀନଗରରେ ରହିବେ। ସେ ସେନା ମୁଖ୍ୟଙ୍କ ସହ କିଛି ଫରୱାର୍ଡ ଲୋକେସନକୁ ମଧ୍ୟ ଯିବେ। ରାଜନାଥ ସିଂ ପ୍ରଥମେ ଜୁଲାଇ ୩ରେ ଲଦାଖ ପରିଦର୍ଶନ କରିବେ ବୋଲି ଖବର ମିଳିଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଦାଖରେ ପହଞ୍ଚିଥିଲେ। ଜୁଲାଇ ୩ରେ ଚୀନ୍ ସୀମାରେ ଥିବା ଅଗ୍ରଗାମୀ ସ୍ଥାନ ନେମୋରୁ କାହାର ନାଁ ନ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଶତ୍ରୁଙ୍କୁ ଏକ ଦୃଢ ବାର୍ତ୍ତା ଦେଇଥିଲେ। ସେ ସେଠାରେ ମୁତୟନ ହୋଇଥିବା ଯବାନମାନଙ୍କୁ ଭେଟି ସେମାନଙ୍କୁ ସମ୍ବୋଧିତ କରିଥିଲେ।

ସମ୍ବନ୍ଧିତ ଖବର