ଶ୍ରୀନଗର: ବୁଧବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍ରେ ସହିଦ ହୋଇଥିବା ଭାରତୀୟ ସେନାବାହିନୀର ସୈନିକ ଔରଙ୍ଗ୍ଜେବ୍ଙ୍କ ଘରକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି।
ଭାରତୀୟ ସେନାର ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜମ୍ମୁ ଓ କଶ୍ମୀର ପୁଲିସଙ୍କ ସହ ସୀତାରମଣ ଦୁଃଖ ବ୍ୟକ୍ତ କରିବା ସହ ଏ ଭଳି ଜଘନ୍ୟ ଅପରାଧୀଙ୍କର ଉପଯୁକ୍ତ ବିଚାର କରାଯିବ ବୋଲି ଔରଙ୍ଗ୍ଜେବ୍ଙ୍କ ପରିବାରର ସଦସ୍ୟମାନଙ୍କୁ କହିଛନ୍ତି।
ଗତ ସପ୍ତାହରେ ଆତଙ୍କବାଦୀମାନେ ଔରଙ୍ଗ୍ଜେବ୍ଙ୍କୁ ଅପହରଣ କରି ନେବା ପରେ ଗୁଳି ମାରି ହତ୍ୟା କରିଥିଲେ। ଗୁସୁ ଗାଁରେ ଦଳେ ପୁଲିସ ତାଙ୍କ ଶବ ପାଇଥିଲେ। ହିଜ୍ବୁଲ୍ ମୁଜାହିଦୀନ୍ ଆତଙ୍କବାଦୀ ସମୀର ଟାଇଗର୍ ଏନ୍କାଉଣ୍ଟର୍ରେ ପୁଞ୍ଚ୍ବାସୀ ଔରଙ୍ଗଜେବ୍ ସମ୍ପୃକ୍ତ ଥିଲେ।
ଆଇଏସ୍ ଆଇ ଔରଙ୍ଗ୍ଜେବ୍ଙ୍କୁ ହତ୍ୟା କରି ଥାଇ ପାରନ୍ତି ବୋଲି ଗୁଇନ୍ଦା କହୁଛି।
ଶନିବାର ଦିନ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁଞ୍ଚ୍ ଠାରେ ସମାଧି ଦିଆଯାଇଛି। ତାଙ୍କ ଅନ୍ତିମ କାର୍ଯ୍ୟରେ ଶହ ଶହ ଲୋକ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/697079-a11.jpg)