ଦେଶର ନୂଆ ପ୍ରତିରକ୍ଷାମନ୍ତ୍ରୀ ହେବା ପରେ ରାଜନାଥ ସିଂହ ଏବେ ଚୀନ ଓ ପାକିସ୍ତାନକୁ ଦେବେ କଡ଼ା ଜବାବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ଶାସନରେ ଦେଶର ଗୃହମନ୍ତ୍ରୀ ରହିଥିବା ରାଜନାଥ ସିଂହ ଏବେ ଦେଶର ନୂଆ ପ୍ରତିରକ୍ଷା ମନ୍ତ୍ରୀ । ସେ ନିର୍ମଳ ସୀତାରମଣଙ୍କ ପଦକୁ ସମ୍ଭାଳିଛନ୍ତି। ରାଜନାଥ ସିଂହ ଏମିତି ଜଣେ ବ୍ୟକ୍ତିତ୍ୱ, ଯିଏ ନିଜ ଦଳ ଓ ବିରୋଧୀ ଦଳ ଉଭୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରଖି ଥାଆନ୍ତି। କୁହାଯାଉଛି କି ସେ ଦେଶର ବର୍ତ୍ତମାନ ରାଜନୀତିରେ ପ୍ରଥମ ଏମିତି ରାଜନେତା, ଯାହାଙ୍କର କୌଣସି ଶତ୍ରୁ ନାହାନ୍ତି। ରାଜନାଥ ସିଂହ ଚାଷୀଙ୍କ ବିରୋଧ ପ୍ରଦର୍ଶନ, ଜମ୍ମୁ କଶ୍ମୀର ହିଂସା ଓ  ସଂରକ୍ଷଣ  ସଂଘର୍ଷ ପ୍ରସଙ୍ଗର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ତେବେ ଏବେ ସେ ଦେଶର ନୂଆ ପ୍ରତିରକ୍ଷାମନ୍ତ୍ରୀ ହେବା ପରେ ଚୀନ ଓ ପାକିସ୍ତାନକୁ କଡ଼ା ଜବାବ ଦେବେ ବୋଲି ଆଶା କରାଯାଉଛି।

IndiaTV

ରାଜନାଥ ସିଂହଙ୍କର ବିପକ୍ଷ ନେତା  ଗୁଲାମ ନବୀ ଆଜାଦ, ମମତା ବାନାର୍ଜୀ, ମୁଲାୟମ ସିଂହ ଯାଦବ ଓ ଓମର ଅବଦୁଲାଙ୍କ  ସହିତ ଭଲ ସମ୍ପର୍କ ରହିଛି। ଏହି କାରଣରୁ ସରକାର ଯଦି କୌଣସି ପ୍ରସଙ୍ଗକୁ ନେଇ ଅଡ଼ୁଆରେ ପଡ଼େ ତେବେ ରାଜନାଥ ସିଂହଙ୍କୁ ବିରୋଧୀଙ୍କ ସହିତ ଆଲୋଚନା ପାଇଁ ପଠା ଯାଇଥାଏ । ୬୭ବର୍ଷୀୟ ରାଜନାଥ ଲକ୍ଷ୍ମୌ ଲୋକସଭା ଆସନରୁ ନିର୍ବାଚନ ଲଢ଼ି  ଐତିହାସିକ ବିଜୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର