ଗାନ୍ଧୀନଗର: ଭୁଜ ଏୟାରବେସରେ ରାଜନାଥ ସିଂହ । ଗୁଜୁରାଟ ସ୍ଥିତ ଲ ଭୁଜ ଏୟାରବେସରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ । ସ୍ବତନ୍ତ୍ର ବିମାନରେ ଯାଇ ପହଞ୍ଚିଲେ ରାଜନାଥ । ବୀର ଯବାନଙ୍କ ସହ କରିବେ ଆଲୋଚନା । ଅପରେସନ ସିନ୍ଦୂର ପରେ ବୀରଙ୍କ ସଫଳତା ଓ ସାହସକୁ ପ୍ରଶଂସା କରି ବାୟୁବୀରଙ୍କ ସହ କରିବେ ଆଲୋଚନା । ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ୬ ଦିନ ହୋଇଥିବା ବେଳେ ଉଭୟ ପ୍ରଧାନମନ୍ତ୍ରୀ ଓ ରକ୍ଷାମନ୍ତ୍ରୀ ବୀର ଯବାନଙ୍କୁ ବିଭିନ୍ନ ସମୟରେ ଭେଟି ସେମାନଙ୍କ ମନୋବଳ ବଢାଉଛନ୍ତି ।
#WATCH | Gujarat: Defence Minister Rajnath Singh arrives in Bhuj. He will interact with Air Warriors at Bhuj Air Force Station. Air Force chief Air Chief Marshal AP Singh has also arrived here with him. pic.twitter.com/wTNQL5i0yK
— ANI (@ANI) May 16, 2025
ତେବେ ଗତକାଲି ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ରାଜନାଥ । ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଥିଲେ । ତାସହ ପାକ୍ ଉପରେ ପ୍ରହାର କରିଥିଲେ ରାଜନାଥ । କହିଥିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ । ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଥିଲେ ।