ଶ୍ରୀନଗର: ଅପରେସନ ସିନ୍ଦୂରର ବଡ଼ ସଫଳତା ଏବଂ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଶ୍ରୀନଗର ଯାଇ ଯବାନଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବାଦାମୀବାଗ୍ କ୍ୟାଣ୍ଟନମେଣ୍ଟରେ ବୀର ଯବାନଙ୍କ ସାହସକୁ ସଲାମ୍ କରି ଯବାନଙ୍କ ମନୋବଳ ବଢାଇଲେ । ତାସହ ପାକ୍ ଉପରେ ପ୍ରହାର କଲେ ରାଜନାଥ । କହିଲେ, ସେମାନେ ସେମାନେ ଆମ ମୁଣ୍ଡକୁ ମାରିଲେ, ଆମେ ସେମାନଙ୍କ ଛାତିକୁ ମାରିଲୁ । ସେମାନେ ଧର୍ମ ପଚାରି ମାରିଥିଲେ ଆମେ ସେମାନଙ୍କ କର୍ମ ଦେଖି ମାରିଲୁ ।
#WATCH | Srinagar, J&K: Defence Minister Rajnath Singh inspects Pakistani shells that were dropped in J&K. Some debris have been displayed at the Badami Bagh Cantonment. pic.twitter.com/kfj7lSx5Og
— ANI (@ANI) May 15, 2025
ଆତଙ୍କବାଦ ନେଇ ଭାରତ ସବୁବେଳେ କଠୋର । ଆମେ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛୁ, ସେମାନଙ୍କ ଆଡ୍ଡା ଧ୍ବଂସ କରିଛୁ । ଆତଙ୍କୀ ଏବଂ ଆତଙ୍କବାଦର ନିପାତ ପାଇଁ ଆମେ ଯେକୌଣସି ସ୍ତରକୁ ବି ଯାଇପାରୁ । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗେ ହୋଇପାରିବନି ବୋଲି କହି ରାଜନାଥ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ।
#WATCH | J&K: Defence Minister Rajnath Singh meets and interacts with jawans at Badami Bagh Cantonment. #OperationSindoor pic.twitter.com/vZXzX3W7FL
— ANI (@ANI) May 15, 2025
ଜାମ୍ମୁକାଶ୍ମୀରବାସୀଙ୍କୁ ଧନ୍ୟବାଦ ଦେଲେ ପ୍ରତିରକ୍ଷା ମନ୍ତ୍ରୀ । ସେମାନଙ୍କ ଧୈର୍ଯ୍ଯ, ସାହସ ଓ ରାଗ ପାଇଁ ପାକିସ୍ତାନ ଆଜି ପାନେ ପାଇଛି , ଆତଙ୍କୀଙ୍କ ଆଡ୍ଡା ନଷ୍ଟ ହୋଇଛି । ତେବେ ଅପରେସନ ସିନ୍ଦୂର କେବଳ ନାଁ ନୁହେଁ ଏହା ଏକ ପ୍ରତିବଦ୍ଧତା। ଯେଉଁଥିରେ ଭାରତ ଦେଖାଇଛି ଯେ ଆମେ କେବଳ ସୁରକ୍ଷା ଦେଉନା ବରଂ ସମୟ ଆସିଲେ ଆମେ କଠିନ ନିଷ୍ପତ୍ତି ବି ନେଇପାରୁ । ଏହି ଅପରେସନ ପ୍ରତି ସୈନିକଙ୍କ ଆଖିରେ ଦେଖାଯାଇଥିବା ଏକ ସ୍ୱପ୍ନ ଥିଲା । ଯବାନଙ୍କ ସ୍ବପ୍ନ ଥିଲା- ଯେ, ଆମେ ଆତଙ୍କବାଦୀଙ୍କ ଆଡ୍ଡାରେ ପହଞ୍ଚିବୁ ଆଉ ମାରିବୁ... ସେମାନେ ଯେଉଁଠି ବି ଲୁଚିଥିଲେ ବି ଖୋଜି ଖୋଜି ମାରିବୁ... ଏବଂ ଶତ୍ରୁର ଛାତିକୁ ଚିରି, ଆତଙ୍କୀ ଆଡ୍ଡା ଧ୍ୱଂସ କରି ଆମ ମାଟିକୁ ଫେରିବୁ ବୋଲି କହିଛନ୍ତି ରାଜନାଥ ।