ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ୭ ଦିନ ବିତିଗଲାଣି । ଆଉ ୟାରି ଭିତରେ ଆତଙ୍କବାଦ ବିରୋଧରେ ଭାରତ ଅନେକ ପଦକ୍ଷେପ ନେଇଥିବା ବେଳେ ପାକିସ୍ତାନକୁ ପାନେ ଦେବାକୁ ବିଭିନ୍ନ କୂଟନୈତିକ ସ୍ତରରେ ଚାପ ପକାଇଲାଣି । ହେଲେ ଦେଶବାସୀ ପହଲଗାମ୍ ପ୍ରତିଶୋଧ ସିଧା ନେବାକୁ ଦାବି କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଆଉ ପାଖାପାଖି ୪୦ ମିନିଟ୍ ଧରି ପହଲଗାମ୍ ହମଲା ଏବଂ ପରବର୍ତ୍ତୀ ପଦକ୍ଷେପ ବାବଦରେ ଆଲୋଚନା କରିଛନ୍ତି । ବୈଠକରେ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ସେନାଧ୍ୟକ୍ଷଙ୍କୁ ଭେଟି ଅପରେସନ ବାବଦରେ ପ୍ରତିରକ୍ଷା ମନ୍ତ୍ରୀ ଅପଡେଟ୍ ନେଇଥିବା ସୂଚନା ରହିଛି । ସେପଟେ ବୈଠକ କିଛି ବଡ଼ ନିଷ୍ପତ୍ତି ହେବାର ସମ୍ଭାବନାକୁ ଆହୁରି ବଳିଷ୍ଠ କରିଛି । ଚର୍ଚ୍ଚା ହେଉଛି ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରି ପାରନ୍ତି ଭାରତ ସରକାର । ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ ।
#WATCH | Delhi: Defence Minister Rajnath Singh leaves from 7 Lok Kalyan Marg, Prime Minister Narendra Modi's residence. pic.twitter.com/lCINxlD82x
— ANI (@ANI) April 28, 2025
ସେପଟେ ସବୁ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସେନାର ସିନିୟର ଅଫିସରଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣକୁ ନେଇ ଘନ ଘନ ବୈଠକ କରୁଛନ୍ତି ଭାରତ ସରକାର। ପହଲଗାମ, ବୈସାରଣ ଭ୍ୟାଲି ଆକ୍ରମଣ ତଦନ୍ତରେ ମିଳୁଥିବା ବଡ଼ ବଡ଼ ତଥ୍ୟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଆକ୍ରମଣର ୫ ଦିନ ପୂର୍ବରୁ ବୈସାରଣ ଭ୍ୟାଲି ଉପରେ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଡ୍ରୋନ ଜରିଆରେ ଆକ୍ରମଣର ରେକି କରିଥିଲେ ଆତଙ୍କୀ ବୋଲି ପ୍ରାରମ୍ଭିତ ତଦନ୍ତରୁ ସ୍ପଷ୍ଟ ହୋଇଛି । ଏହାସହ ଆତଙ୍କୀ ୨୨ ଘଣ୍ଟା ଧରି ପାହଡ଼ି ରାସ୍ତାରେ ଚାଲି ଚାଲି ବୈସାରଣ ଭ୍ୟାଲିରେ ପହଞ୍ଚିଥିବା ଜଣାପଡିଛି । ସେପଟେ ସୀମାରେ ଏବେ ପାକ୍ ସେନା ପକ୍ଷରୁ ଅସ୍ତ୍ରବିରତି ଉଲଙ୍ଘନ ଜାରି ରହିଛି ।