ବଢୁଛି ଚୀନ ବିପଦ: ରାଜନାଥଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ, ଯୋଗଦେଲେ ଗଡ଼କରି, ଡୋଭାଲ୍

ନୂଆଦିଲ୍ଲୀ : ଚୀନକୁ ଲାଗିଥିବା ସୀମାରେ ଚାଲିଥିବା ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାରଦିନ ବସିଥିବା ଏକ ବୈଠକରେ ଏସବୁ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ପ୍ରତିରକ୍ଷା ମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ଦୁଇ ଘଣ୍ଟା ଧରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, ଶକ୍ତି ମନ୍ତ୍ରୀ ଆର୍ କେ ସିଂହ, ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ସମେତ ବରିଷ୍ଠ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏନଏସଏ ଅଜିତ ଡୋଭାଲ, ସିଡିଏସ ଜେନେରାଲ ଅନୀଲ ଚୌହାନ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ ।

ଚୀନ ପୁଣି ଗଲଓ୍ବାନ ସଂଘର୍ଷ ପରି ଆଉ ଏକ ସଂଘର୍ଷ ଯୋଜନାରେ ଥିବାବେଳେ ଚୀନର ମୁକାବିଲା ପାଇଁ ଏସବୁ ଭିତ୍ତିଭୂମି ପ୍ରକଳ୍ପ ଗୁରୁ୍ତ୍ବପୂର୍ଣ୍ଣ ହୋଇପଡ଼ିଛି । କାରଣ ଏସବୁ ପ୍ରକଳ୍ପ ଦ୍ବାରା ସୀମାରେ ଅତି ଶୀଘ୍ର ସୈନ୍ୟ ସଂଗଠନ କରିହେବ ।

ଗଲଓ୍ବାନ ସଂଘର୍ଷ ପରେ ଭାରତ ଓ ଚୀନ୍ ମଧ୍ୟରେ ୧୭ ରାଉଣ୍ଡ ଆଲୋଚନା ହୋଇଛି ଏବଂ କେତେକ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ମଧ୍ୟ କରାଯାଇଛି । ଅର୍ଥାତ୍ ଭାରତ ବାରମ୍ବାର କଥାବାର୍ତ୍ତା ମାଧ୍ୟମରେ ଏହି ମାମଲାର ସମାଧାନ କରିବାକୁ ଚାହୁଁଥିବା ବେଳେ ଚୀନର ଉଦ୍ଦେଶ୍ୟ ହେଉଛି ଭାରତରେ ପ୍ରବେଶ କରି ଲଢ଼େଇ କରିବା।

ସମ୍ବନ୍ଧିତ ଖବର