ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏନେଇ ରାଜନାଥ ସିଂହ ଟ୍ବିଟ କରି ଜଣାଇବା ସହ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି। ଏହା ସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି।

Advertisment

ସେ କରିଥିବା ଟ୍ବିଟରେ ଲେଖାଯାଇଛି କି, ମୁଁ ଆଜି ସାମାନ୍ୟ ଲକ୍ଷଣ ସହିତ କରୋନା ଆକ୍ରାନ୍ତ ହୋଇଛି। ମୋର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘର ନିଜକୁ ସଙ୍ଗରୋଧ କରିଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ମୋ ସଂଶ୍ପର୍ଷରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇନିଅନ୍ତୁ।

ଏବେ ଦେଶରେ ଓମିକ୍ରନ ଭାରିଆଣ୍ଟ ତାଣ୍ଡବ ରଚୁଥିବା ବେଳେ ସତର୍କ ରହିବାକୁ କହୁଛନ୍ତି ସରକାର। ଏହା ଅଧିକ ସଂକ୍ରାମକ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ୫,୦୦୦ରୁ ବଢ଼ି ୧ଲକ୍ଷ ପାର କରିଛି। ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୪୬ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୧୨.୬% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୭,୦୭,୭୨୭ରେ ପହଞ୍ଚିଛି।