ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ‘ସୁଖୋଇ-୩୦’ରେ ଉଡାଣ କରି ପରଖିଲେ ବାୟୁସେନାର ଜରୁରି ପରିସ୍ଥିତି ମୁକାବିଲା ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସତାରମଣ ଆଜି (ବୁଧବାର) ଭାରତୀୟ ବାୟୁସେନାର ଏକ ଅତ୍ୟାଧୁନିକ ଯୁଦ୍ଧ ବିମାନ ସୁଖୋଇ-୩୦ ଏମ୍‌କେଆଇରେ ଉଡ଼ାଣ ଭରି ଭାରତୀୟ ବାୟୁସେନାର ଶକ୍ତି କଳନା କରିବା ଘଟଣା ଏବେ ବିଶ୍ୱବପ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନ ସୁଖୋଇ-୩୦ରେ ପାଇଲଟ୍‌ଙ୍କ ପଛ ସିଟ୍‌ରେ ବସି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଉଡ଼ାଣ ଭରିବାର ଭିଡିଓ ଆଜି ତାଙ୍କର ଟୁଇଟର ପେଜ୍‌ରୁ ଦେଖିବାକୁ ପାଇବା ପରେ ଏହି ଘଟଣାରେ ସମଗ୍ର ବିଶ୍ୱ ଚକିିତ ହୋଇପଡ଼ିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶର ପୂର୍ଣ୍ଣକାଳୀନ ପ୍ରତିରକ୍ଷା ମନ୍ତ୍ରୀ ରୂପେ ନିଯୁକ୍ତି ପାଇବା ପରେ ନିର୍ମଳା ସୀତାରମଣ ଏବେ ପ୍ରତିରକ୍ଷା ବିଭାଗର ତିନୋଟି ବାହିନୀ ଯଥା: ସ୍ଥଳସେନା, ବାୟୁସେନା ଓ ନୌସେନାର କର୍ମକର୍ତ୍ତାମାନେ ଜରୁରୀକଳିନ ପରିସ୍ଥିତର ମୁକାବିଲା ପାଇଁ କେତେ ଓ କେଉଁ ପରିମାଣରେ ସାମର୍ଥ୍ୟ ରଖିଛନ୍ତି, ତାହାର ସରଜମିନ୍‌ ତଦାରଖ କରୁଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଆଜି ରାଜସ୍ଥାନର ଯୋଧପୁରରେ ଥିବା ବାୟୁସେନାର ଏୟାରବେସ୍‌ରୁ ଏକ ସୁଖୋଇ-୩୦ ଯୁଦ୍ଧ ବିମାନରେ ସବାର ହୋଇ ଭାରତୀୟ ବାୟୁସେନାର ଶକ୍ତି ଆକଳନ କରିବା ସହ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ସେମାନେ କେତେଦୂର ସମର୍ଥ ତାହାର ପରଖିଛନ୍ତି। ଋଷ ନିର୍ମିତ ସୁଖୋଇ-୩୦ ଯୁଦ୍ଧ ବିମାନ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖୁଥିବା ବେଳେ ଶତ୍ରୁପକ୍ଷର ଘାଟିଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ଧ୍ୱସଂ କରିବାର କ୍ଷମତା ମଧ୍ୟ ରଖିଛି।

India.com

ଏହା ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଭାରତ-ଚୀନ୍‌ ସୀମାନ୍ତ ଅଞ୍ଚଳକୁ ଗସ୍ତ କରି ସେଠାର ଘାଟି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଖାଲି ଏତିକି ନୁହେଁ, ଭାରତୀୟ ନୌସେନାର ଯୁଦ୍ଧତରୀ ଆଇଏନ୍‌ଏସ୍‌ କୋଲକାତା ଓ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ସବାର ହେବା ସହ ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ଭାରତୀୟ ନୌସେନାର ଶକ୍ତିକୁ ମଧ୍ୟ ଆକଳନ କରି ସାରଛନ୍ତି। ତେବେ, ଆଜି ପ୍ରତିରକ୍ଷା ମନ୍ତ୍ରୀ ସୀତାରମଣ ବାୟୁସେନାର ଅତ୍ୟାଧୁନିକ ଯୁଦ୍ଧ ବିମାନ ସୁଖୋଇ(୩୦)ରେ ପାଇଲଟ୍‌ଙ୍କ ପଛ ସିଟ୍‌ରେ ବସି ଉଡ଼ାଣ କରିବାର ଭିଡିଓ ଦୃଶ୍ୟ ଆଜି ତାଙ୍କର ଟୁଇଟର ପେଜ୍‌ରୁ ଦେଖିବାକୁ ମିଳିବା ପରେ ଏହା ଭାଇରାଲ୍‌ ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର