ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ବିଗତ ଦିନ ମାନଙ୍କରେ ବଢ଼ି ଚାଲିଥିବା ହିଂସାକାଣ୍ଡ ପାଇଁ ଶିବସେନା ଆଜି ବିଜେପି ଉପରେ ପ୍ରବଳ ବର୍ଷିଛି। ଯବାନ ଔରଙ୍ଗଜେବ୍ଙ୍କୁ ଅପହରଣ ପରେ ଅତି ନିର୍ମମ ଭାବେ ହତ୍ୟା ଘଟଣାକୁ ଶିବ ସେନା ଅତି ଗମ୍ଭୀରତାର ସହ ନେଇଛି। ଶିବସେନା କହିଛି ଯେ ଭାରତରେ ବାସ୍ତବରେ କ’ଣ ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି। ତେବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ନନେଇ ଶିବସେନା ତାଙ୍କୁ ଦୁର୍ବଳ, ଅଦକ୍ଷ ଏବଂ ପରିଚୟବିହୀନ ବ୍ୟକ୍ତିତ୍ୱ କହି କଡ଼ା ଭାଷାରେ ସମାଲୋଚନା କରିଛି।
ପ୍ରତିରକ୍ଷା ମନ୍ତ୍ରୀ ଅଛନ୍ତି ନା ନାହିଁ
/sambad/media/post_attachments/wp-content/uploads/2018/06/Nirmala-Sitharam-PTI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)