ଶକ୍ତିଶାଳୀ ହେଉଛି ସ୍ଥଳସେନା; ୫୦୦ କୋଟି ବିନିମୟରେ ୧୦ ଲକ୍ଷ ଅତ୍ୟାଧୁନିକ ମଲ୍ଟି-ମୋଡ୍‌ ହାତ ଗ୍ରେନେଡ କିଣିବ ପ୍ରତିରକ୍ଷା ବିଭାଗ

ପୂର୍ବରୁ କିଣା ସରିଛି; ୭୫ ହଜାର ସିଗ୍‌ ସୌର ଓ ୭.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି। ଏ ପରିସ୍ଥିତିରେ ଦେଶର ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ସୁରକ୍ଷା ବାହିନୀର ଅସ୍ତ୍ରଶସ୍ତ୍ରରେ କୌଣସି ପ୍ରକାରର ସାମାନ୍ୟତମ ସାଲିସ୍‌ କରିବାକୁ ଚାହୁଁନାହିଁ ପ୍ରତିରକ୍ଷା ବିଭାଗ।
ଏ ପରିସ୍ଥିତିରେ ଦେଶର ସ୍ଥଳସେନାର ଯବାନମାନଙ୍କ ପାଇଁ ୧୦ ଲକ୍ଷ ଅତ୍ୟାଧୁନିକ ବହୁମୁଖୀ (ମଲ୍ଟି-ମୋଡ୍‌) ହାତ ଗ୍ରେନେଡ୍‌ କିଣିବା ପାଇଁ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ବିଭାଗ।

ଏଥିପାଇଁ ୫୦୦ କୋଟିରୁ ଅଧିକ ବ୍ୟୟ କରି ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରୋଜେକ୍ଟ ଅଧୀନରେ ସ୍ଥଳସେନାର ଯବାନମାନଙ୍କ ପାଇଁ ୧୦ ଲକ୍ଷ ଅତ୍ୟାଧୁନିକ ବହୁମୁଖୀ (ମଲ୍ଟି-ମୋଡ୍‌) ହାତ ଗ୍ରେନେଡ୍‌ କିଣିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ହାତ ଗ୍ରେନେଡ୍‌ ଆସିଗଲେ ବର୍ତ୍ତମାନ ସେନା ଦ୍ୱାରା ବ୍ୟବହୃତ ହେଉଥିବା ଅପେକ୍ଷା କୃତ କମ୍‌ ପ୍ରଭାବଶାଳୀ ଏଚ୍‌ଇ-୩୬ ଗ୍ରେନେଡ୍‌ର ବ୍ୟବହାରକୁ ବନ୍ଦ କରି ଦିଆଯିବ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଦେଶର ସ୍ଥଳସେନା ପାଇଁ ପ୍ରତିରକ୍ଷା ବିଭାଗ ଆମେରିକାର ଏକ ଅସ୍ତ୍ର ନିର୍ମାଣ କମ୍ପାନି ଠାରୁ ୭୦୦ କୋଟି ଟଙ୍କା ବିନିମୟରେ ୭୫ ହଜାର ସିଗ୍‌ ସୌର ଅସଲ୍ଟ ରାଇଫଲ ସହ ରୁଷିଆର ଅନ୍ୟ ଏକ ଅସ୍ତ୍ର ନିର୍ମାଣ କମ୍ପାନି ଠାରୁ ସଂପୂର୍ଣ୍ଣ ଅତ୍ୟାଧୁନକ ୭.୫ ଲକ୍ଷ ଏକେ-୨୦୩ ଆସଲ୍ଟ ରାଇଫଲ କିଣି ସାରିଛି।

ସମ୍ବନ୍ଧିତ ଖବର