ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ କିଏ? ଚର୍ଚ୍ଚାରେ ଏହି ତିନି ବରିଷ୍ଠ ସେନା ଅଧିକାରୀ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସେନାଧ୍ୟକ୍ଷ କିଏ ହେବେ, ତାକୁ ନେଇ ଏବେଠାରୁ ଆକଳନ ଆରମ୍ଭ ହେଲାଣି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ବର୍ତମାନ ସମୟରୁ ହିଁ ଏହି ପଦବୀ ଲାଗି ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ନାମ ଖୋଜାଚାଲିଛି । ଏହି ପଦବୀ ଲାଗି ଲେଫ୍ଟଟନାଣ୍ଟ  ଜେନେରାଲ ଏମଏମ ନରାବନେ, ଲେଫ୍ଟଟନାଣ୍ଟ  ଜେନେରାଲ ରଣବୀର ସିଂହ ଏବଂ ଲେଫ୍ଟଟନାଣ୍ଟ ଜେନେରାଲ ଏସ୍.କେ ସୋନୀ ଆଗରେ ଅଛନ୍ତି ।

photo-indiatoday

ଆମ ଦେଶର ନିୟମ ଅନୁସାରେ ସେନାଧ୍ୟକ୍ଷଙ୍କ ଅବସରର ୪ ରୁ ୫ ମାସ ପୂର୍ବରୁ ନୂତନ ସେନାଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥାଏ । ସୂଚନାଯୋଗ୍ୟ ଏବେକାର  ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ୱତ ଆଗାମୀ ଡିସେମ୍ବର ୩୧ ତାରିଖରେ ଅବସର ଗ୍ରହଣ କରୁଛନ୍ତି।

photo-LiveMint.

ଏହି ପଦବୀରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଭୂମିକା ବିଶେଷ ନଥାଏ  । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବସିଥିବା ନିଯୁକ୍ତି କମିଟି ହିଁ ଏହାର ଅନୁମୋଦନ କରିଥାଏ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକମାତ୍ର ଏହି କମିଟିର ସଦସ୍ୟ ଅଛନ୍ତି । ନୂତନ ସେନାଧ୍ୟକ୍ଷଙ୍କ ନାମ କାର୍ଯ୍ୟରତ ସେନାଧ୍ୟକ୍ଷଙ୍କର ଅବସର ନେବାର ପ୍ରାୟ ୪୫ ଦିନ କିମ୍ବା ୩୦ ଦିନ ପୂର୍ବରୁ ଚୟନ ହୋଇଥାଏ ।

photo-jagran

ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ନେଇ ସୂଚନା ମିଳିଛି । କାରଣ ବର୍ତମାନ ସମୟରେ ସୀମାରେ ଯେପରି ଭାବରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଘଂନ କରୁଛି ତାହାକୁ ଦୃଷ୍ଟିରେ ରଖି ଏପରି କରାଯାଉଥିବା ଚର୍ଚ୍ଚା ହେବା ସବ କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସ୍ଥିତିକୁ ନଜରରେ ରଖି ଏପରି କରାଯାଉଥିବା କୁହାଯାଇଛି ।

ସମ୍ବନ୍ଧିତ ଖବର