ମହାକାଶ ଯୁଦ୍ଧ ପାଇଁ ଭାରତ ପ୍ରତିଷ୍ଠା କଲା ମିଲିଟାରୀ ସ୍ପେଶ ଏଜେନ୍ସି, ବାଙ୍ଗାଲୋରରେ ରହିବ ଏହାର ମୁଖ୍ୟାଳୟ

ନୂଆଦିଲ୍ଲୀ : ଭବିଷ୍ୟତର ଯୁଦ୍ଧକୁ ଦୃଷ୍ଟିରେ ରଖି ଭାରତ ନିଜ ପ୍ରତିରକ୍ଷା ବାହିନୀରେ କେତେକ ଢାଞ୍ଚାଗତ ପରିବର୍ତ୍ତନ ଆଣିବା ଆରମ୍ଭ କରିଛି । ଏହା ସହିତ କେତେକ ନୂଆ ପ୍ରକାରର ବିଭାଗ ଆରମ୍ଭ କରୁଛି । ଭବିଷ୍ୟତରେ ମହାକାଶ ହିଁ ପ୍ରମୁଖ ଯୁଦ୍ଧକ୍ଷେତ୍ର ପାଲଟିବ । ଏହାକୁ ଦୃଷ୍ଟିରେ ରଖି ଭାରତ ଗତ ମାର୍ଚ୍ଚ ମାସରେ ଆଣ୍ଟି-ସାଟେଲାଇଟ ମିସାଇଲ (ଏ-ସ୍ୟାଟ୍‌) ପରୀକ୍ଷା କରିଥିଲା । ତେବେ ନିଜର ମହାକାଶ ରଣକୌଶଳକୁ ଆହୁରି ବ୍ୟବସ୍ଥିତ କରିବାକୁ ଭାରତ ଏକ ସ୍ୱତନ୍ତ୍ର ମିଲିଟାରୀ ସ୍ପେଶ ଏଜେନ୍ସି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି ।

ଏହା ମହାକାଶରେ ଭାରତର ସବୁ ସାମରିକ ଉପକରଣ ଓ ସାଟେଲାଇଟ ଆଦିକୁ ନିୟନ୍ତ୍ରଣ କରିବ । ଏହା ଦାୟିତ୍ୱରେ ଆଣ୍ଟି-ସାଟେଲାଇଟ ମିସାଇଲ କମାଣ୍ଡ ମଧ୍ୟ ରହିବ । ଏହାର ମୁଖ୍ୟାଳୟ ବାଙ୍ଗାଲୁରୁଠାରେ ରହିବାକୁ ନିଷ୍ପତ୍ତି ନିଆଯାଇଛି, କାରଣ ବାଙ୍ଗାଲୁଲୁରେ ହିଁ ଭାରତର ମହାକାଶ ସଂସ୍ଥା ଇସ୍ରୋର ମୁଖ୍ୟାଳୟ ରହିଛି । ଭାରତର ମିଲିଟାରୀ ସ୍ପେଶ ଏଜେନ୍ସିର ମୁଖ୍ୟ ରହିବେ ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ଏୟାରଭାଇସ ମାର୍ସାଲ ଏୟାର ଭାଇସ ମାର୍ସାଲ ଏସବି ଧରକର ।

ସମ୍ବନ୍ଧିତ ଖବର