ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ୧୦୧ ରକ୍ଷା ଉପକରଣର ଆମଦାନୀ ଉପରେ ରୋକ୍ ଲଗାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ବର୍ତ୍ତମାନ ଆତ୍ମନିର୍ଭର ଭାରତ ଅଭିଯାନକୁ ଆଗକୁ ‌ନେବାକୁ ପ୍ରସ୍ତୁତ ହେଉଛି । ପ୍ରତିରକ୍ଷା ଉତ୍ପାଦନର ସ୍ୱଦେଶୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ୧୦୧ରୁ ଅଧିକ ପ୍ରତିରକ୍ଷା ଉପକରଣର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବ | ଲଦାଖରେ ଥିବା ପ୍ରକ୍‌ତ ନିୟନ୍ତ୍ରଣ ରେଖାରେ (ଏଲଏସି) ଉପରେ ଚୀନ୍ ସହ ତିକ୍ତତା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଘୋଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଆର୍ଟିଲିରି ବନ୍ଧୁକ, ହାଲୁକା ଲଢ଼ୁଆ ହେଲିକପ୍ଟର, ଆକ୍ରମଣକାରୀ ରାଇଫଲ, କର୍ଭେଟ୍ସ, ରାଡାର, ସଶସ୍ତ୍ର ଯୁଦ୍ଧ ଯାନ, ପରିବହନ ବିମାନ ସମେତ ୧୦୧ଟି ପ୍ରତିରକ୍ଷା ସାମଗ୍ରୀ ବର୍ତ୍ତମାନଠାରୁ ଅନ୍ୟ ଦେଶରୁ ଆମଦାନୀ ହେବ ନାହିଁ | ଏହି ସବୁ ଉପକରଣ ସ୍ୱଦେଶୀ ପ୍ରଯୁକ୍ତିରେ ଭାରତରେ ଉତ୍ପାଦିତ ହେବ |

ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସହିତ ଭାରତର ପ୍ରତିରକ୍ଷା ଶିଳ୍ପ ବୃହତ ପରିମାଣରେ ପ୍ରତିରକ୍ଷା ଉପକରଣ ଉତ୍ପାଦନ କରିବାର ସୁଯୋଗ ପାଇବ | ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଏହା ଏକ ପ୍ରମୁଖ ପଦକ୍ଷେପ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଖୁବ୍ ଶୀଘ୍ର ଏକ ଅସ୍ତ୍ର ତାଲିକା ଆଣିବ ବୋଲି ବିଶ୍ୱାସ କରାଯାଉଛି। ଏହା ଅଧୀନରେ କିଛି ଅସ୍ତ୍ରଶସ୍ତ୍ର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯିବ।

ସମ୍ବନ୍ଧିତ ଖବର

Comments are closed.