ନୂଆଦିଲ୍ଲୀ : ଭାରତର ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟ୍ ପକ୍ଷରୁ ୨୦୨୩ ପାଇଁ ମୌସୁମୀ ପୂର୍ବାନୁମାନ ଜାରି କରାଯାଇଛି । ଏହି ପୂର୍ବାନୁମାନ ଅନୁଯାୟୀ, ଜୁନ୍ରୁ ସେପ୍ଟେମ୍ବର ୪ ମାସରେ ହେଉଥିବା ହାରାହାରି ୮୬୮.୮ ମିଲିମିଟର ବୃଷ୍ଟିପାତ ତୁଳନାରେ ଏବର୍ଷ ୮୧୬.୫ ମିଲିମିଟର ଅର୍ଥାତ୍ ୯୪% (ଏରର ମାର୍ଜିନ୍ +/-୫%) ସମ୍ଭାବନା ରହିଛି। ସ୍କାଏମେଟ୍ ପୂର୍ବରୁ ୨୦୨୩ ଜାନୁଆରି ୪ ତାରିଖରେ ପ୍ରକାଶିତ ପୂର୍ବାନୁମାନରେ ୨୦୨୩ ମୌସୁମୀ ହାରାହାରିଠାରୁ କମ୍ ରହିବ ବୋଲି ଆକଳନ କରିଥିଲା ଏବଂ ଏବେ ଏହାକୁ ବଜାୟ ରଖିଛି ।

Advertisment

ସ୍କାଏମେଟର ପରିଚାଳନା ନିର୍ଦେଶକ ଯତୀନ ସିଂହଙ୍କ କହିବାନୁଯାୟୀ, ଲା ନିନାର ପ୍ରଭାବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଗତ ୪ଟି ଋତୁରେ ସ୍ୱାଭାବିକଠାରୁ ଅଧିକ/ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରିଛି । ଏବେ ଲା-ନିନା ଶେଷ ହୋଇଛି ଓ ଏଲ୍ ନିନୋର ସମ୍ଭାବନା ବୃଦ୍ଧି ପାଉଛି । ମୌସୁମୀ ସମୟରେ ଏଲ-ନିନୋର ଅଧିକ ପ୍ରଭାବ ରହିବାର ଆଶଙ୍କା ରହିଛି । ଏହାଯୋଗୁଁ ମୌସୁମୀ ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରାଯାଇପାରେ ।

ସ୍କାଏମେଟର ପୂର୍ବାନୁମାନରେ ଆହୁରି ମଧ୍ୟ କୁହାଯାଇଛି ଯେ ମୌସୁମୀ ଋତୁର ପ୍ରଥମ ଦୁଇ ମାସ (ଜୁନ-ଜୁଲାଇ)ରେ ନିଅଣ୍ଟ ପରିମାଣ ସାମାନ୍ୟ ରହିବ । କିନ୍ତୁ ଶେଷ ଦୁଇମାସ ଅର୍ଥାତ ଅଗଷ୍ଟ-ସେପ୍ଟେମ୍ବରରେ ନିଅଣ୍ଟ ପରିମାଣ ବଢିବ । ଦେଶର ଅନ୍ୟ ଅଂଚଳ ଅପେକ୍ଷା ଉତ୍ତର ଓ ମଧ୍ୟ ଭାରତରେ ବର୍ଷା ନିଅଣ୍ଟ ପରିମାଣ ଅଧିକ ରହିବ ।